ବିଜେଡ଼ି ଛାଡ଼ିବେ ଇଞ୍ଜିନିୟର ବିଶ୍ଵନାଥ ପ୍ରତାପ

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ସ୍ଥିତି ଦିନକୁ ଦିନ ହ୍ରାସ ପାଉଛି। ପୁର୍ବରୁ ଅନେକ ନେତା ଓ ସରପଞ୍ଚ ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ଯୁବ ବିଜେଡ଼ି ନେତା ଇଞ୍ଜିନିୟର ବିଶ୍ବନାଥ ପ୍ରତାପ ଜେନା ବିଜେଡ଼ି ଛାଡି ଅନ୍ୟ ଏକ ରାଷ୍ଟ୍ରାୟତ ଦଳରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ସେ ବିଜେଡ଼ିର ଜଣେ ଆଗ ଧାଡ଼ିର ନେତା ହୋଇଥିବା ବେଳେ ଗତ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ ପାଇଁ ପ୍ରମୁଖ ଦାବିଦାର ଥିଲେ। ମାତ୍ର ବିଜେଡ଼ି ଦଳ ତାଙ୍କ ଉପରେ ଭରଷା ନକରି ଅଭିମନ୍ୟୁ ସେଠୀଙ୍କୁ ଟିକେଟ ମିଳିବାରୁ ବିଶ୍ଵନାଥ ପ୍ରତାପ ଜେନା ସ୍ଵାଧୀନ ଭାବେ ନିର୍ବାଚନ ଲଢିଥିଲେ। ସେ ୟୁନାଇଟେଡ ଆରବ ଏମିରଟରେ ଚାକିରି କରିଥିବା ବେଳେ ଚାକିରି ଛାଡି ଲୋକ ସେବାକୁ ଆଦରି ନେଇଥିଲେ। ସେ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ  ନାମରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ କରି ଲୋକଙ୍କ ବିପଦ ଆପଦ ସମୟରେ ସହାୟତାର ହାତ ବଢ଼ାଇ ଆସୁଛନ୍ତି। ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରି ନଥିବା ବେଳେ ବିଜେଡିରେ ନାହାନ୍ତି ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ