ଇଓଙ୍କ ଆକ୍ରୋଶମୂଳକ ଆଭିମୁଖ୍ୟ: ଶିକ୍ଷକ ମହଲରେ ଅସନ୍ତୋଷ

ହଟଡ଼ିହି :-(ଓ୍ବାଇଏନଏସ): ଶନିବାର ଦିନ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ କାଯ୍ୟାଳୟର କର୍ମଚାରୀ ମାନଙ୍କୁ ନେଇ ଦୁଇଟି ଦଳ ଗଠନ କରି ମାସର ଦ୍ଵିତୀୟ ଶନିବାର କାର୍ଯ୍ୟାଳୟ ଛୁଟି ଥିବା ସତ୍ତେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ଶିକ୍ଷକ ମାନେ ଛାନିଆ ହୋଇଛନ୍ତି।  ଯେଉଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ବିଭିନ୍ନ ସମସ୍ୟା ନେଇ ଭେଟିବାକୁ ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦେଖା ନପାଇ ନିରାଶରେ ଫେରୁଥିଲେ। କିନ୍ତୁ ଆଜି ବି.ଇ.ଓ, କାର୍ଯ୍ୟାଳୟର କନିଷ୍ଠ ସହାୟକ ଗୋଟିଏ ଦଳ ହୋଇ ସଡଙ୍ଗ, ଶାଳଣିଆ, ଡଅଁର ଓ ବେଲବନ୍ଧ ଆଦି ବିଦ୍ୟାଳୟକୁ ଯାଇ ସ୍କୁଲ ତଦାରଖ କରିବା ସହ ଶିକ୍ଷକ ମାନଙ୍କୁ ଅସୁବିଧାରେ ପକାଇବା ଭୟ ଦେଖାଇବା, ସେହିପରି ଏ.ବି.ଇ.ଓ. ବରିଷ୍ଠ ସହାୟକ ଓ ପିଅନଙ୍କୁ ନେଇ ଆଉ ଗୋଟିଏ ଦଳ  ସଡଙ୍ଗ, ତେମଳା, ଡିମିରିଆ,ସମଣା ଓ ଇଶଳା ଆଦି ବିଦ୍ୟାଳୟ ବୁଲି ଫୋଟୋ ଉଠାଇ ଆଣି ବ୍ଲକ ଶିକ୍ଷାକାରୀଙ୍କୁ ପ୍ରଦାନ କରିବା ‌ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ କିଛିଦିନ ହେବ ବ୍ଲକ ଶିକ୍ଷାକାରୀଙ୍କ କଳା କାରନାମା ସମ୍ବାଦପତ୍ରର ଶିରୋନାମା ହୋଇଥିବାରୁ ଆକ୍ରୋଶମୁଳକ ଭାବରେ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ଅସୁବିଧାରେ ପକାଇବା କେତେଦୂର ଯଥାର୍ଥତା ଅଛି ବୋଲି ଅନେକ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶ୍ନ କରିଛନ୍ତି । ଅଫିସ କାର୍ଯ୍ୟରେ ସହଯୋଗ କରିବା ପାଇଁ ଜଣେ ଲେବୁଲ-୩ ପ୍ରଧାନ ଶିକ୍ଷକଙ୍କୁ ଅଫସ୍ ଦାୟିତ୍ୱ ଦିଆଯାଇଥିଲା । ସେ ନିଜକୁ ଜଣେ ଅଧିକାରୀ ଭଳି ବ୍ୟବହାର ଦେଖାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି। କାର୍ଯ୍ୟାଳୟ ରେ ହେଉଥିବା ଦୁର୍ନୀତି ଓ ଅନିୟମିତତା ରୁ ନଜର ହଟାଇବା ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଏହା ଏକ ଅଭିନଵ ପ୍ରୟାସ ବୋଲି ଆଲୋଚନା ହେଉଛି। ଯାହାକୁ ନେଇ ହାଟଡ଼ିହି ଅଞ୍ଚଳର ବୁଦ୍ଧିଜିବୀ ଓ ଶିକ୍ଷକ ସଂଘ ମହଲରେ ଉଦଗ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ