ଜିଲ୍ଲାର ବିକାଶ ନିମନ୍ତେ ସମସ୍ତେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକତା ରହିଛି: ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଓଡିଶା ରାଜ୍ୟର ସବଠୁ ବଡ଼ ଜିଲ୍ଲା l ଜିଲ୍ଲାର ବିକାଶ ଏବଂ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ସ୍ୱର ଉତ୍ତୋଳନ କରିବା ସହିତ ଜନ ଆନ୍ଦୋଳନ କରିବାର ଆବଶ୍ୟକତା ରହିଛି l ଏନେଇ ବୁଦ୍ଧିଜୀବୀ, ଆଇନଜୀଵୀ, ସମାଜସେବୀ, ବିଭିନ୍ନ ଦଳର ରାଜନେତା ମାନଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏକ ହୋଇ ଏହି ଆନ୍ଦୋଳନ ରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ l ଏହା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ସେଚନ, ନିଯୁକ୍ତି, କୃଷି ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଜିଲ୍ଲାର ବିକାଶ ହେବା ଦରକାର, ସମସ୍ତ ଲୋକପ୍ରତିନିଧି ମାନେ ବିଭିନ୍ନ ସ୍ତରରେ ସ୍ୱର ଉତ୍ତୋଳନ କରିବାକୁ ପଡିବ l ଜିଲ୍ଲାରେ କମ୍ପାନି ଗୁଡିକ ରହିଛି, ମାତ୍ର ଅଂଚଳର ଲୋକଙ୍କୁ ନିଯୁକ୍ତି ମିଳୁନି, ଫଳରେ ହଜାର ହଜାର ବେକାର ଯୁବକ ଯୁବତୀ ଦାଦନ ଖଟିବାକୁ ଯାଉଛନ୍ତି ଏବଂ ଶବ ହୋଇ ଫେରୁଛନ୍ତି l ଏହା ଉପରେ ସରକାର ଚିନ୍ତା କରିବା ଦରକାର l କମ୍ୟୁନିଷ୍ଟ ପାର୍ଟି ସବୁବେଳେ ଲୋକଙ୍କ ଦାବିକୁ ନେଇ ଆନ୍ଦୋଳନ କରୁଛି ବିଭିନ୍ନ ସ୍ତରରେ ସମସ୍ତ ବର୍ଗର ଲୋକଙ୍କ ସମସ୍ୟା ସମ୍ପର୍କରେ ଉପସ୍ଥାପନା କରୁଛି l ଆଗାମୀ ଦିନରେ ମଧ୍ୟ କରିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ରେଡ୍ଡୀ ଛତ୍ରପୁର ଲକ୍ଷ୍ମଣ ଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l ହୁମା ଲୁଣ ଆବରା (୧୭୦୦ ଏକର ଜମି ) ଅକାମି ହୋଇ ପଡିଛି l ଚାଷୀଙ୍କ ଦୁଃଖ ବୁଝୁ ନାହାନ୍ତି, ସାହେବ କେନାଲ ମରାମତି ସହିତ ପ୍ରସ୍ତାବ ରହିଥିବା ପାଲୁର ବନ୍ଦର କେବେ ପ୍ରତିଷ୍ଠା ହେବ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି l ଜିଲ୍ଲାରେ ହେବାକୁ ଯାଉଥିବା ୭ଟି କେମିକାଲ ପ୍ଲାଣ୍ଟ ବଦଳରେ ସୋଲାର ଏନାର୍ଜି ତଥା ଗ୍ରୀନ ଏନର୍ଜି କରାଯାଉ l ଏହା ସହିତ କୃଷିଭିତ୍ତିକ ପ୍ଲାଣ୍ଟ କରିବାର ଆବଶ୍ୟକ ରହିଛି l ଆଇ ଆର ଇଏଲ କମ୍ପାନିରେ ଶ୍ରମିକ ସଂଖ୍ୟା ସଂଖ୍ୟା କମି ଆସୁଛି, ନିଯୁକ୍ତି ମିଳୁନି, ସରକାର ଗୋପାଳପୁରପୋର୍ଟ କଲେ ନାହିଁ ଆଦାନୀ ଶିଳ୍ପ ହାତରେ ଟେକି ଦେଲେ, ଟାଟା ଜମି ନେଇ ଲୋକଙ୍କୁ ଧୋକା ଦେଲା, ରେଳ ବିକାଶ ହେଲା ନାହିଁ, ଆନ୍ଦୋଳନ ହେଲା, ନେତାଙ୍କ ଉପରେ କେସ ହେଲା, ଶୀତଳାପଲ୍ଲୀ ଠାରେ ରେଳଡ଼ବା କାରଖାନା ହେଲା ନାହିଁ କି ସାଇକେଲ କାରଖାନା ପାଇଁ ହୋଇଥିବା ଚୁକ୍ତି ଶୀତଳଭଣ୍ଡାରରେ ରହିଗଲା ବୋଲି ମଧ୍ୟ ପୂର୍ବତନ ବିଧାୟକ ଅଭିଯୋଗ କରିଛନ୍ତି l ସେହିପରି ଛତ୍ରପୁର ବ୍ଲକ କରାତଳି ତାମ୍ପରାକୁ ଆନ୍ଧ୍ରା ମାଫିଆ ମାନେ କବଜା କରି ରଖିଛନ୍ତି l ଗଞ୍ଜାମ ଓ ଛତ୍ରପୁର ବ୍ଲକର ୭ ପଂଚାୟତ ର ଚାଷୀମାନେ ବିଭିନ୍ନ ଅସୁବିଧା ସମ୍ମୁଖୀନ ହେଉଛନ୍ତି, ତାର ଲିଜ ସରିଯାଇଥିବା ପ୍ରଶାସନ ତାଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି l ମାଙ୍କଡ଼ ଓ ବାରହା ଉପଦ୍ରବ ନକମିଲା ବେଳେ ଷଣ୍ଢ ବିତପାତ ଅସହ୍ୟ ହେଲାଣି, କେହି ଶୁଣିବାକୁ ନାହାନ୍ତି, କେନ୍ଦ୍ର ସରକାର କ୍ଷମତା ଲୋଭି.. ରାଜ୍ୟସରକାର ଦିଗହରା, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଲୋକଙ୍କ ସମସ୍ୟାକୁ ହାତକୁ ନେଇ ଗଣ ସଂଗ୍ରାମ ପାଇଁ ପ୍ରସ୍ତୁତ ହେଉଛି l ଆସନ୍ତା ୨୩ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶତବାର୍ଷିକ ଉଦଯାପନୀ ସମାରୋହ ଛତ୍ରପୁର ଠାରେ ଅନୁଷ୍ଠିତ ହେବ, ଏହାକୁ ସଫଳ କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ସହିତ ହଜାର ହଜାର କମ୍ୟୁନିଷ୍ଟମାନେ ସାମିଲ ହୋଇ ଜନସାଧାରଣଙ୍କ ବିଭିନ୍ନ ଦାବି ସମ୍ପର୍କରେ ଖୋଲା ସମାବେଶରେ ଉପସ୍ଥାପନ କରିବେ ବୋଲି ପୂର୍ବତନ ଶ୍ରୀ ରେଡ୍ଡୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ପରିଷଦ ସଭ୍ୟା ଏନ. ଭାନୁମତୀ ରେଡ୍ଡୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସହ – ସମ୍ପାଦକ ନୀଳକଣ୍ଠ ଦାଶ, ଜିଲ୍ଲା ନେତା ସିଏଚ. ଜନାର୍ଦନ ରେଡ୍ଡୀ ଓ ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ l


