ଅବକାରୀ ବିଭାଗର ଚଢ଼ାଉ: ଦେଶୀମଦ ଜବତ, ୩ ଜଣ ଗିରଫ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଅବକାରୀ ଅଧିକ୍ଷକ ଶ୍ରୀ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅବକାରୀ ରେଞ୍ଜ ଥାନା ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ନନ୍ଦିପଦା ଥାନା ଓ ଆନନ୍ଦପୁର ଥାନା ଅନ୍ତର୍ଗତ ପୁରୁଣା ଘାଟି, ଚୋରଗଡିଆ, ପଢିଆରିପଲି, ଵାହିଆ ବଡ଼ଦାଣ୍ଡ, ଅଞ୍ଚଳରେ ଚଢ଼ାଉ କରାଯାଇ ୪୧ଲିଟର ଦେଶୀ ରନ୍ଧା ମଦ ଜବତ କରିଵା ସହ ଉକ୍ତ ଗ୍ରାମର ସନାତନ ହୋ, ଶ୍ରୀକାନ୍ତ ପାତ୍ର, ମିନା ହୋ ଙ୍କୁ ଗିରଫ କରାଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ,ଶ୍ରୀ ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା,ଆରତୀ ବେହେରା, ସୁରେଶ ବେହେରା, ଷ୍ଟା୍ପ ମାନେ ସାମିଲ ଥିଲେ । ଏନେଇ ହାଟଡିହି ଅବକାରୀ ଥାନା ପକ୍ଷରୁ ୦୩ଗୋଟି  ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ