ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ: ବ୍ୟାପକ ପରିମାଣ ମହୁଲ ପୋଚ ସହ ଦେଶୀ ମଦ ଜବତ
ବେତନଟୀ (ଉଦିତ କୁମାର ପରିଡା ) : ବେତନଟୀ ଅବକାରୀ ଥାନା ପକ୍ଷରୁ ଶନିବାର ସକାଳୁ ଅଚାନକ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମାଟିରେ ପୋତା ଯାଇଥିବା ପୋଚ ଓ ଦେଶି ରନ୍ଧା ମଦ ଜବତ କରି ନଷ୍ଟ କରିଦିଆଯାଇଛି | ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରା କୌଣସି ସୂତ୍ରରୁ ଖବରପାଇ ଉଦଳା ଅବକାରୀ ଅଧିକାରୀ ସଞ୍ଜୟ କୁମାର କାଣ୍ଡି, ଏସ ଆଇ ସୂର୍ଯ୍ୟକାନ୍ତ ମଲ୍ଲିକ ତାଙ୍କ ଦଳବଳ ସମେତ ବେତନଟୀ ଅବକାରୀ ବିଭାଗ କର୍ମଚାରୀ ସଦଳ ବଳେ ବୈଶିଙ୍ଗା ଥାନା ଅଧୀନ ଭିତିରଶୋଳ ଓ ଭାଳିଆଡିହା ଜଙ୍ଗଲ ଭିତରେ ଚଢ଼ାଉ କରି ୮୨୦୦ କେଜି ପୋଚ ଓ ୧୦୧୦ ଲିଟର ଦେଶୀ ରନ୍ଧା ମଦ ଭର୍ତ୍ତି ପ୍ଲାଷ୍ଟିକ ଡ୍ରାମ ଉଦ୍ଧାର କରି ନଷ୍ଟ କରି ଦେଇଥିଲେ | ଡ୍ରମ ଗୁଡିକ ଜବତ କରି ବିଭାଗୀୟ କାର୍ଯ୍ୟାଳୟକୁ ଆଣିଥିଲେ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ | ଠିକ ଏକ ସପ୍ତାହ ପୂର୍ବରୁ ଏହି ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ଦଶହଜାର ରୁ ଅଧିକ ରନ୍ଧା ମଦ ଓ ପୋଚ ନଷ୍ଟ କରିଥିଲା ।