ଅବକାରୀ ବିଭାଗ ପକ୍ଷରୁ ୧୧୯୨ ଲିଟର ଚୋରାମଦ ଜବତ : ୮ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଟାଉନ, ଜମ୍ବୁ ସାମୁଦ୍ରିକ, ପାଟକୁରା ଓ କୁଦାନଗରୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ମାହାଙ୍ଗା ଗ୍ରାମର ରମାକାନ୍ତ ବେହେରା(୬୧)ଙ୍କ ଠାରୁ ୨୮ଲିଟର ବିଦେଶୀ ମଦ, ବ୍ରହ୍ମପୁର ଗ୍ରାମର କୈଳାସ ମଲିକ(୪୦)ଙ୍କ ଠାରୁ ୨୪ଲିଟର ଦେଶୀମଦ, ପାଖଡ ଗ୍ରାମର ରଞ୍ଜନ କୁମାର ପରିଡା(୩୨)ଙ୍କ ଠାରୁ ୩୦ଲିଟର ବିଦେଶୀ ମଦ, ଉମାକାନ୍ତ ସେଠୀ(୩୫)ଙ୍କ ଠାରୁ ୧୯ଲିଟର ବିଦେଶୀ ମଦ,ଛୋଟୀ ଗ୍ରାମର ତପିନା ମଲିକ(୩୦)ଙ୍କ ଠାରୁ ୨୨୧ଲିଟର ଦେଶୀ ରନ୍ଧା ମଦ, ପ୍ରଭାକରପୁର ଗ୍ରାମର ବଦନୀ ରାଉତ(୩୨)ଙ୍କ ଠାରୁ ୩୦ଲିଟର ଦେଶୀ ମଦ, ରମାକାନ୍ତ ରାଉତ(୩୬)ଙ୍କ ଠାରୁ ୫୨୦ଲିଟର ଦେଶୀ ରନ୍ଧା ମଦ ଓ ରାଜା ରାଉତଙ୍କ ଠାରୁ ୩୨୦ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୧୯୨ଲିଟର ଚୋରା ଦେଶୀ ମଦ, ଦେଶୀ ରନ୍ଧା ମଦ ଓ ବିଦେଶୀ ମଦ ଜବତ କରାଯାଇଥିବା ବେଳେ ୮ଜଣ ଚୋରାମଦବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗାମୀ ଦିନରେ ଏହି ଚଢାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଏହି ଚଢାଉରେ ଅବକାରୀ ନିରୀକ୍ଷକ ହିତାଂଶୁଶେଖର ମଲିକ, ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


