ଅବକାରୀ ଟିମର ଚଢ଼ାଉ:ଦେଶୀ ମଦ ଓ ପୋଚ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଆନ୍ଧ୍ର – ଓଡିଶା ଅବକାରୀ ଚଢ଼ାଉ କରାଯାଇ 9,200 ଲିଟର ଦେଶୀ ମଦ ଓ ପୋଚ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ସିରିଡା, ବୁରୁସିଲିଗୁଡା, କଟାଗୁଡା, ତାମିଲଗୁଡା, ଅମଡା ଆଦି 6 ଗୋଟି ଗ୍ରାମରେ ଆନ୍ଧ୍ର ପ୍ରଦେଶର ଶିକାକୁଲମ ଅବକାରୀଟିମ ସହ ଗଜପତି ଜିଲ୍ଲା ଓ ରାୟଗଡ ଜିଲ୍ଲାର ଅବକାରୀଟିମ ମିଳିତ ଭାବେ ଚଢ଼ାଉ କରିଥିଲେ. ଆଜିର ଏହି ଚଢ଼ାଉରେ 7,700 ଲିଟର ପୋଚ ସହିତ 1500 ଲିଟର ଦେଶୀ ରନ୍ଧା ମଦକୁ ଜବତ କରାଯାଇ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଅବକାରୀ ଦଳର ଏହି ମିଳିତ ଚଢ଼ାଉ ନେଇ ପାହାଡ଼ ଉପରୁ ଚୋରା ମଦ ବେପାରୀମାନେ ଦେଖି ପାରି ନିଜନିଜକୁ ଆତ୍ମଗୋପନ କରିଥିବା ଯୋଗୁଁ ଚଢ଼ାଉରେ କେହି ଗିରଫ ହୋଇନଥିବା ଜଣାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ