ସମବାୟ ବ୍ୟାଙ୍କ କର୍ମଚାରୀ ସଙ୍ଘର କାର୍ଯ୍ୟକାରିଣୀ ବୈଠକ
ଜୟପୁର,: (ହେମନ୍ତ ପାଣଗ୍ରାହୀ) : କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ସଙ୍ଘ ଜୟପୁର ଆନୁକୁଲ୍ୟରେ ମୁଖ୍ୟ ବ୍ୟାଙ୍କ ପରିସରରେ ଥିବା ସଭାଗୃହରେ ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀ ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ସୁତନ୍ତ୍ର ଅତିଥି ଭାବେ କେସିସି ବ୍ୟାଙ୍କ ସଭାପତି ଇଂ ଇଶ୍ଵର ପାଣିଗ୍ରାହୀ ଯୋଗ ଦେଇଥିଲେ।ନିର୍ଦ୍ଦେଶକ ରମାକାନ୍ତ ରାଉଳ ଏବଂ କେନ୍ଦ୍ରରୁ କମ୍ରେଡ କେ ଭି ଏସ ରବି କୁମାର, ରାଜ୍ୟ ସମ୍ପାଦକ ସଞ୍ଜୀବ ପତି, ପ୍ରବୋଧ କୁମାର ମିଶ୍ର, ବିଷ୍ଣୁ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଆଜିର କାର୍ଯ୍ୟକ୍ରମ ର ପ୍ରମୁଖ ଦାବୀ ମଧ୍ଯ୍ୟରୁ ରାଷ୍ଟ୍ରରେ ଏକକ ସମବାୟ ବ୍ୟାଙ୍କ ଏବଂ ପେନସନ କରିବା ଇତ୍ୟାଦି ବିଷୟ ଗୁଡ଼ିକୁ ଚର୍ଚ୍ଚା ହେଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟରୁ ତିନି ଶହରୁ ଉର୍ଦ୍ଧ ସମବାୟ ବ୍ୟାଙ୍କ କର୍ମଚାରି ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ସଙ୍ଘ ସଭାପତି ଦିଗମ୍ବର ନାୟକ ଏବଂ ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ ଆୟୋଜିତ କରିଥିବା ବେଳେ ସମସ୍ତ ବ୍ୟାଙ୍କ କର୍ମଚାରୀ ସହଯୋଗ କରିଥିଲେ।