ଆହାର କେନ୍ଦ୍ର ପରିଦର୍ଶନ କଲେ ନିର୍ବାହୀ ଅଧିକାରୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବସଷ୍ଟାଣ୍ଡ ପାର୍ଶ୍ଵ ରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି ନବ ନିଯୁକ୍ତ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର।ଶନିବାର ସେ ଅଚାନକ ଆହାର କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ପରେ ସାଧାରଣ ଲୋକମାନଙ୍କ ସହ ଲାଇନ୍ ରେ ଯାଇ ଡାଇନିଂ ହଲ କୁ ୫ ଟଙ୍କିଆ ମିଲ୍ ଆଣି  ଲୋକଙ୍କ ସହ ବସି ଖାଇବା ସହ ଖାଦ୍ୟର ଗୁଣବତ୍ତା ପରଖିଥିଲେ । ଖାଦ୍ୟର ସଠିକ ଯାଞ୍ଚ କରିବା ପରେ ଆହାର କେନ୍ଦ୍ର ପରିଚାଳନା ପାଇଁ ନିୟୋଜିତ ମହିଳା ସ୍ବୟଂ ସହାୟିକା  ଗୋଷ୍ଠୀ ସଦସ୍ୟା ମାନଙ୍କୁ ଡାକି ଲୋକଙ୍କୁ ଉନ୍ନତ ମାନର ଖାଦ୍ୟ ପ୍ରସ୍ତୁତ କରି ଯୋଗାଇବା ସହ ସେମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ନିମନ୍ତେ ତାଗିଦ୍ କରିବା ସହ ଏଥିରେ ଖିଲାପ କଲେ  ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇ ଫେରିଥିଲେ । ଏହି ଯାଞ୍ଚ ସମୟରେ ଏନଏସି ର ବହୁ ସଂଖ୍ୟକ କର୍ମଚାରୀ   ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ