ଆଇନସେବା ପ୍ରାଧିକରଣର ପ୍ରଦର୍ଶନୀ ମଣ୍ଡପ ଉଦଘାଟିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ କେନ୍ଦୁଝର ସୌଜନ୍ୟରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରାଧିକରଣ ପ୍ରଦର୍ଶନୀ ମଣ୍ଡପ ଲୋକମାନଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଖୋଲାଯାଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡପକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଜଜ୍(ଦୁର୍ନୀତି ନିବାରଣ) ଭଗବାନ ପ୍ରଧାନ,ଅତିରିକ୍ତ ଜିଲ୍ଲା ଜଜ୍ (ପୋକ୍ସ) ମୋନାଲିସା ମହାନ୍ତି,ଦେୱାନୀ ବିଚାରପତି ଅମରେଶ ନାୟକ,ସିଭିଲ କୋର୍ଟ ରେଜିଷ୍ଟ୍ରାର ସୁଚେତା କୃପାଳିନୀ,ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ,ଉପଖଣ୍ଡିୟ ବିଚାରପତି ସୁମିତ୍ରା କୁମାରୀ ଦାସ,ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ଅମ୍ବିକେଶ ପାଣିଗ୍ରାହୀ,ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷ କୁମାର ଚକ୍ର,ପାନେଲ ଅଧିବକ୍ତା,ପାରା ଆଇନ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ । ଏହି ପ୍ରଦର୍ଶନୀ ମଣ୍ଡପ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଖୋଲା ରହିବ ଓ ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ଜନସାଧାରଣଙ୍କୁ ଏହି ପ୍ରଦର୍ଶନୀ ମଣ୍ଡପରେ ଆଇନ ସେବା ପ୍ରାଧିକରଣର କାର୍ଯ୍ୟାବଳୀ,ମାଗଣା ଆଇନ ସେବା ପ୍ରଦାନ,ମଧ୍ୟସ୍ଥତା ମାଧ୍ୟମରେ ସମାଧାନ,ପୀଡିତା କ୍ଷତିପୂରଣ ଓ ବିଶେଷ କରି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଲୋକମାନଙ୍କୁ ସଚେତନତା କରାଇବା ଏହାର ମୂଳ ଲକ୍ଷ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ