ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ ଶିବିର

ଆସିକା  (ୱାଇଏନ୍‍ଏସ୍‍) : ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ସୁରେନ୍ଦ୍ର ସାଏ “ଦିବ୍ୟଦୃଷ୍ଟି” ଯୋଜନା ମାଧ୍ୟମରେ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ବାଲିସିରା କ୍ଳଷ୍ଟର ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ ଏକ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ଓ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଟିତ “ଦିବ୍ୟଦୃଷ୍ଟି” ଯୋଜନା ମାଧ୍ୟମରେ ଅନୁଷ୍ଟିତ ହୋଇଥିବା ଏହି ଚକ୍ଷୁ ପରୀକ୍ଷଣ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା ପ୍ରମୁଖ ଯୋଗଦେଇ “ଦିବ୍ୟଦୃଷ୍ଟି” ଯୋଜନା ମାଧ୍ୟମରେ ରାଜ୍ୟରୁ ସମ୍ପୁର୍ଣ୍ଣ ଅନ୍ଧତ୍ୱ ଦୂର କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଦୃଷ୍ଟିଗତ ସମସ୍ୟା ଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚଷମା ଦିଆଯିବା ସହିତ ଯେକୌଣସି ପ୍ରକାର ଜଟିଳ ଚକ୍ଷୁ ରୋଗ ଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଥିଲେ। ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ “ଦିବ୍ୟଦୃଷ୍ଟି” ଯୋଜନା ମାଧ୍ୟମରେ ଅନୁଷ୍ଟିତ ହୋଇଥିବା ଏହି କ୍ଳଷ୍ଟର ସ୍ତରୀୟ ଚକ୍ଷୁ ପରୀକ୍ଷଣ ଶିବିର କାର୍ଯ୍ୟକ୍ରମରେ ବାଲିସିରା କ୍ଳଷ୍ଟର ୧୩ଟି ବିଦ୍ୟାଳୟରୁ ୧୨୭ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସିଲା ସୀତାରାମ, ସହାୟକ ରମେଶ ଚନ୍ଦ୍ର ଦଳେଇ ଓ ଦିପ୍ତୀମୟୀ ଦଳେଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲା ବେଳେ ୫୩ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚଷମା ପ୍ରଦାନ କରିବା ପାଇଁ ଚିହ୍ନଟ କରାଯିବା ସହ ୩ ଜଣ ବିଦ୍ୟାର୍ଥୀଙ୍କୁ ପୁନର୍ବାର ପରୀକ୍ଷଣ ସହ ଆବଶ୍ୟକ ସ୍ଥଳେ ମାଗଣାରେ ଅସ୍ତ୍ରୋପଚାର କରିବା ପାଇଁ ଚିହ୍ନଟ କରାଯାଇଥିବା ଜଣାପଡିଛି। ଗୋଷ୍ଟୀ ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ ଓ ମନ୍ଦାକିନୀ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ “ଦିବ୍ୟଦୃଷ୍ଟି” ଯୋଜନା ମାଧ୍ୟମରେ ଅନୁଷ୍ଟିତ ହୋଇଥିବା ଏହି ମାଗଣା ଚକ୍ଷୁ ପରୀକ୍ଷଣ ଶିବିରକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ମନ୍ଦାକିନୀ ପ୍ରଧାନ, ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁ, ଆଲୁମିନି କମିଟିର ସଭାପତି ବି.ସୁନେଶ୍‍ ପାତ୍ର, ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ନୃସିଂହ ଲେଙ୍କା, ଶାନ୍ତିଲତା ପାତ୍ର, ଫକୀର ମୋହନ ପ୍ରଧାନଙ୍କ ସମେତ ଶିକ୍ଷା ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା। ଦୃଷ୍ଟି ଶକ୍ତି ଜନିତ ରୋଗ ଓ ସ୍ୱଳ୍ପ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ଆରୋଗ୍ୟ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଏହି “ଦିବ୍ୟଦୃଷ୍ଟି” ଯୋଜନାକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ