ପୂର୍ବତନ ବିଡ଼ିଓଙ୍କ ନାମରେ ଫେକ ଫେସବୁକ ଏକାଉଣ୍ଟ ଖୋଲି ଅର୍ଥ ଆଦାୟ
ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଲକର ପୂର୍ବତନ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ନାମରେ ଫେକ ଫେସବୁକ ଏକାଉଣ୍ଟ ଖୋଲି ଅର୍ଥ ଆଦାୟ ହେଉଥିବା ଅଭିଯୋଗ ହେଉଛି। ଅନେକ ଲୋକ ଲକ୍ଷାଧିଜ ଟଙ୍କାର ଠକେଇର ଶିକାର ହେଲେଣି। ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ଦୁଇଟି ପୁରୁଣା ଫଟୋ କୁ ଲଗାଇ କେହି ଜଣେ ବ୍ୟକ୍ତି ଏହି ନକଲି ଫେସବୁକ ଏକାଉଣ୍ଟ ଖୋଲି ତାଙ୍କର ଜଣେ ସାଙ୍ଗ ଆଶିଷ କୁମାର ସୈନ୍ୟ ବିଭାଗରେ ଚାକିରି କରୁଥିବା ବେଳେ ତାଙ୍କର ବଦଳି ହୋଇଯାଇଥିବାରୁ ତାଙ୍କ ଗୃହୋପକାରଣ ସାମଗ୍ରୀ ବିକ୍ରୀ କରିବା ନାମରେ ଟଙ୍କା ମାଗୁଛନ୍ତି। ଅନେକ ଲୋକ ଜଣେ ପ୍ରଶାସନିଜ ଅଧିକାରୀ ଙ୍କ କଥା କୁ ବିଶ୍ୱାସ କରି ଟଙ୍କା ଦେବାପରେ ପରବର୍ତ୍ତୀ ସମୟରେ ଅଧିକ ଟଙ୍କା ମାଗୁଛି। କିଛି ବ୍ୟକ୍ତି ଏନେଇ ବର୍ତମାନ ମହାକାଳପଡା ର ବିଡ଼ିଓଙ୍କୁ ପଚାରି ବୁଝିବା ପରେ ଠକାମୀର ଶିକାର ହୋଇଥିବା ଜାଣୁଛନ୍ତି। ହାଟଡିହି ବ୍ଲକ ସମଣା ଅଞ୍ଚଳର ଜଣେ ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି। ଏନେଇ ପୂର୍ବତନ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ମହାକାଳପଡ଼ା ଓ ଭଦ୍ରକ ପୋଲିସରେ ଅଭିଯୋଗ କରିବା ପରେ ନିଜ ସୋସିଆଲ ଏକାଉଣ୍ଟରେ ପୋଷ୍ଟ କରି କେହି ବ୍ୟକ୍ତି ଠକାମୀ ଠାରୁ ଦୂରରେ ରହିବାକୁ କହିବା ସହ ଯଦି କେହି ଟଙ୍କା ମାଗୁଛି ତେବେ ଟଙ୍କା ଦେବାକୁ ସେ ମନା କରିଛନ୍ତି।


