ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ବାଇଡଙ୍କ ବାବାଙ୍କୁ ହାସ୍ୟବ୍ୟଙ୍ଗ ସମ୍ମାନ
ହାଟଡିହି (ଓ୍ବାଇଏନଏସ): ଫକୀରମୋହନ ସାହିତ୍ୟ ପରିଷଦ, ମଲ୍ଲିକାଶପୁର, ବାଲେଶ୍ଵର ତରଫରୁ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସୌଜନ୍ୟରୁ ଚଳିତ ବର୍ଷ ଓଡ଼ିଶାର ସୁନାମ ଧନ୍ୟ ବ୍ୟଙ୍ଗକାର ଅଧ୍ୟାପକ ସୁବାସ ପାତ୍ରଙ୍କୁ ‘ହାସ୍ୟବ୍ୟଙ୍ଗ ସମ୍ମାନ’ ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି। ଶ୍ରୀଯୁକ୍ତ ପାତ୍ର ଅଧ୍ୟାପକ ବାଇଡଙ୍କ ବାବା ନାମରେ ସାରା ଓଡ଼ିଶାରେ ପରିଚିତ। ସେ ପୂର୍ବରୁ ଅନେକ ଟେଲିଭିଜନ କାର୍ଯ୍ୟକ୍ରମରେ ହାସ୍ୟ ବ୍ୟଙ୍ଗ ପରିବେଷଣ କରି ପ୍ରଂଶସା ସାଉଁଟିଛନ୍ତି। ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଆସନ୍ତା ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମରେ ବାଇଡଙ୍କ ବାବାଙ୍କୁ ଛବିରାୟ ସ୍ମୃତିରେ ‘ହାସ୍ୟବ୍ୟଙ୍ଗ’ ସମ୍ମାନ ପ୍ରଦାନ କରାଯିବାକୁ ମନୋନୀତ କରାଯାଇଛି।


