ପରିବା ବ୍ୟବସାୟୀଙ୍କ ଦୌରାତ୍ମ: ପାରଳା ଥାନାରେ ଅଭିଯୋଗ କଲେ ଲୋକେ

ପାରଳାଖେମୁଣ୍ଡି  (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଦୈନିକ ପରିବା ବଜାରରେ ମଧ୍ୟବର୍ତ୍ତୀ ବା ଦଲାଲଗିରି କରୁଥିବା ପରିବା ବ୍ୟବସାୟୀଙ୍କ ଦୌରାତ୍ମ କାର୍ଯ୍ୟକଳାପ ନେଇ ସାଧାରଣରେ ବେଶ  ଅସନ୍ତୋଷ ପ୍ରକାଶ ପାଇଛି. ଏନେଇ ଅତିଷ୍ଠ ହୋଇ ସାଧାରଣ  ଲୋକେ ପାରଳାଖେମୁଣ୍ଡି ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟଯେ ପ୍ରତେକ ମାସର ସଂକ୍ରାନ୍ତି ଦିନ ପାରଳା
ଦୈନିକ ବଜାରର ପନିପରିବା ବିକ୍ରେତାମାନେ ବଜାର ବନ୍ଦ କରୁଛନ୍ତି. ସେମାନେ କର୍ତ୍ତୃପକ୍ଷଙ୍କଠାରୁ କୌଣସି ଅନୁମତି ନେଇଥିଲେ କି ନାହିଁ, ତାହାର ସ୍ପଷ୍ଟତା ନାହିଁ. ପ୍ରକୃତ କଥା ହେଉଛି ଯେ କିଛି ଛୋଟ ଗରିବ ଚାଷୀ ଯେଉଁମାନେ ପ୍ରତିଦିନ ପାରଳାଖେମୁଣ୍ଡିକୁ ଏକ ଛୋଟ ବାଲ୍ଟି କିମ୍ବା ପ୍ୟାକେଟରେ ପନିପରିବା ଧରି ରାସ୍ତା କଡ଼ରେ ବଜାର କମ୍ପ୍ଲେକ୍ସ ବାହାରେ ନିଜ ଜୀବିକା ନିର୍ବାହ ପାଇଁ ବିକ୍ରୟ କରୁଛନ୍ତି।  କିନ୍ତୁ ଗତକାଲି ପାରଳା ବଜାରରେ ମଧ୍ୟବର୍ତ୍ତୀ କରୁଥିବା କେତେକ ବ୍ୟକ୍ତିଙ୍କ ସହ ପରିବା ମୂଖ୍ୟ ବ୍ୟବସାୟୀଙ୍କ ନେତୃତ୍ୱରେ ଦୈନିକ ବଜାରର କିଛି ପନିପରିବା ବିକ୍ରେତା କିଛି ଗରିବ ମହିଳା ଚାଷୀଙ୍କ ପନିପରିବା ଖୋଲାଖୋଲି ଭାବରେ ରାସ୍ତାରେ ଫିଙ୍ଗି ଦେଇଛନ୍ତି।  ଏହା କେବଳ ଏହି ଅଞ୍ଚଳକୁ ଭଙ୍ଗାରୁଜା କରୁଛନ୍ତି ଗାଁରୁ ଆସୁଥିବା ଗରିବ ପନିପରିବା ବିକ୍ରେତାଙ୍କୁ ରୋକିବାର ଏବଂ ରାସ୍ତାରେ ପନିପରିବା ଫିଙ୍ଗିବାର ସେମାନଙ୍କର କୌଣସି ଅଧିକାର ନାହିଁ। ଏଭଳି ଦୌରାତ୍ମ ଓ ଗୁଣ୍ଡଗିରି ନେଇ ସାଧାରଣ ଲୋକେ ଏହାର ପ୍ରତିବାଦ ଜଣାଇବା ସଙ୍ଗେ ସଙ୍ଗେ ପାରଳାଖେମୁଣ୍ଡି ଥାନାରେ ଦ୍ୱାରସ୍ତ ହୋଇଛନ୍ତି. ପାରଳା ସହରର ପ୍ରଣୋଜ ପଟ୍ଟନାୟକ, ଆଦର୍ଶ ଦାସ, ସୁର୍ଯ୍ୟ ନାରାୟଣ ପାତ୍ର, ମିଟୁ ମିଶ୍ର, ବସନ୍ତ ପଣ୍ଡା, ଲକି ପାତ୍ର, ଲବ ସାହୁ ପ୍ରମୁଖ ବ୍ୟକ୍ତିବିଶେଷ ଘଟଣା ନେଇ ପାରଳାଖେମୁଣ୍ଡି ଥାନା ଆଇଆଇସି ପ୍ରଶାନ୍ତ ଭୂପତିକୁ ଲିଖିତ ଅଭିଯୋଗ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ