ମଣ୍ଡଳ ଶିକ୍ଷାଧିକାରୀଙ୍କ ବିଦାୟକାଳୀନ ସ୍ବାଗତ ସମ୍ବର୍ଦ୍ଧନା
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ ଗୋପ ବ୍ଲକ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ଆନୁକୂଲ୍ୟରେ ଗୋପ ବ୍ଲକର ବରିଷ୍ଠ ମଣ୍ଡଳ ଶିକ୍ଷାଧିକାରୀ ସୁଶୀଲ କୁମାର ବ୍ରହ୍ମା ଙ୍କ ବିଦାୟକାଳୀନ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହରେ ଅତିଥି ଭାବରେ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମର୍ଥ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭବମ ପ୍ରଧାନ, ଅବନୀଶ ରଥ, ବ୍ରହ୍ମାନନ୍ଦ ଦାଶ ଓ ଆଶା ଲତା ସାହୁ ପ୍ରମୁଖ ଯୋଗଦେଇ ବିଦାୟୀ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ବ୍ରହ୍ମା ଗୋପ ବ୍ଲକର ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଶିକ୍ଷା କ୍ଷେତ୍ରରେ ତାଙ୍କର ଶୈକ୍ଷିକ, ସାଂଗଠନିକ ଓ ନୈତିକ ସୃଷ୍ଟି ଦିଗରେ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷା ଅଧିକାରୀ ଶ୍ରୀ ବ୍ରହ୍ମା ଜଣେ କର୍ମବୀର। ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ଦାୟିତ୍ବପରାୟଣତା ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଏକ ଅଭୁଲା ଫର୍ଦ୍ଦ ଭାବେ ନୂଆ ରାହା ଓ ଦିଗଦର୍ଶନ ଯୋଗାଇବା ଦିଗରେ ବିଶେଷ ସହାୟକ ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ବ୍ରହ୍ମାଙ୍କ କଟକ ସ୍ଥିତ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପ ନିୟନ୍ତ୍ରକ ଭାବେ ପଦୋନ୍ନତି ପାଇ ବୁଧବାର ମଣ୍ଡଳ ଶିକ୍ଷାଧିକାରୀ ଦାଯିତ୍ବରୁ ଅବ୍ୟାହତି ନେଇଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଓଷ୍ଟା ସଂପାଦକ ବିଭୂଦତ୍ତ ନାୟକ, ଗୋପ ବ୍ଲକ ସଂପାଦକ ରାମକୃଷ୍ଣ ମହାନ୍ତି, ଗୋପ ବ୍ଲକ ସଭାପତି ମହେନ୍ଦ୍ର କୁମାର ପାଢୀ, ଡିଏନଓ ଦେବେନ୍ଦ୍ର କୁମାର ସ୍ବାଇଁ, ଶୁଭ୍ରଜିତ ନାୟକ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା, ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପାତ୍ର, ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ, ପ୍ରକାଶ କୁମାର ଜେନା, ରମାକାନ୍ତ ସେଠୀ ଓ ଭାଗୀରଥୀ ପାଇକରାୟ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।