ପ୍ରଧାନଶିକ୍ଷୟତ୍ରୀଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା
ବେତନଟୀ ( ଉଦିତ କୁମାର ପରିଡା) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର କଇଁଥା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ରୁକ୍ମଣୀ ଗିରି ଅନେକଦିନ ଧରି କାର୍ଯ୍ୟରତ ଥିଲେ। କିଛିଦିନ ତଳେ ୩୭ ବର୍ଷ ଚାକିରୀ କରିବା ପରେ ସେ କାର୍ଯ୍ୟରୁ ଅବସର ନେଇଛନ୍ତି। ସେ ବେତନଟୀ ବ୍ଲକର ବିଭିନ୍ନ ସ୍କୁଲ ଯେପରି ରଖଣି ପ୍ରାଥମିକ ବିଦ୍ୟାଳୟ, ଯୁଗଳ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ ଶିକ୍ଷାଦାନ କରିଛନ୍ତି। ସେ ଜଣେ ମେଳାପୀ, ପରପକାରୀ ଓ ଅଭିଜ୍ଞ ଶିକ୍ଷୟତ୍ରୀ ଭାବେ ବ୍ଲକରେ ବେଶ ପରିଚିତ। ତାଙ୍କରି ଅବସର ନିମନ୍ତେ ଶନିବାର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ଲକ ସ୍ତରୀୟ ସମ୍ବୋର୍ଦ୍ଧନା ସଭାର ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର, ଅତିରିକ୍ତ ଶିକ୍ଷା ଅଧିକାରିଣୀ ଅପର୍ଣ୍ଣା ସାହୁ, ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରମାକାନ୍ତ ମହାନ୍ତଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗ ଦେଇ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବୋର୍ଦ୍ଧନା କରାଯାଇଥିଲା। ତାଙ୍କ ଚାକିରୀ କାଳ ମଧ୍ୟରେ ସେ କିପରି ସମସ୍ତଙ୍କ ସହ ବେଶ ମିଳିମିଶି ଚଳୁଥିଲେ ସେ ଦିଗରେ ସମସ୍ତେ ନିଜ ନିଜର ମନ୍ତବ୍ୟ ଦେଇଥିଲେ।