ପ୍ରଧାନଶିକ୍ଷକଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ଦୀର୍ଘ ୪୦ବର୍ଷ ଧରି ଶିକ୍ଷକତା ଜୀବନରୁ ଅବସର ନେଇଛନ୍ତି ମୁଗୁପୂର୍ ଗାର୍ଲସ ହାଇସ୍କୁଲର ପ୍ରଧାନ ଶିକ୍ଷକ ହଳଧର ପଣ୍ଡା । ଏଥିପାଇଁ ଆଜି ମୁଗୁପୂର ଅଞ୍ଚଳ କୋଳାହଳ ମୟ ହୋଇ ଉଠିଥିଲା। ଶହଶହ ପୂରାତନ ଓ ବର୍ତ୍ତମାନର ଛାତ୍ରୀ ଏଵଂ ଗ୍ରମବାସୀମାନେ ପ୍ରଧାନ ଶିକ୍ଷକଙ୍କ ବାସଭବନ ଛେନାପଦି ଛକରୁ ଏକ ଶୋଭାଯାତ୍ରାରେ ବିଦ୍ୟାଳୟ ନିକଟକୁ ପାଛୋଟି ନେଇଥିଲେ। ସ୍କୁଲ୍ ନିକଟରେ ଛାତ୍ରୀ ମାନେ ଧୂପ ଦ୍ଵୀପରେ ବନ୍ଦାପନା କରି ସେମାନଙ୍କ ପ୍ରିୟ ଶିକ୍ଷକଙ୍କୁ ପ୍ରଣିପାତ କରି ସ୍କୁଲ ଭିତରକୁ ପାଛୋଟି ନେଇଥିଲେ। ପରେ ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୀପକ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଅବସର ସମ୍ବର୍ଦ୍ଧନା ଉତ୍ସବରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ମୂଖ୍ୟ ବକ୍ତା ଭାବେ ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ଶରତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଧରଣୀଧର ମହାପାତ୍ର, ଓଷ୍ଟାର ପ୍ରାକ୍ତନ ସଭ୍ୟ ଚିନ୍ତାମଣି ଜେନା, ଓଷ୍ଟା ସଂଘର ଉପଦେଷ୍ଟା ଶାନ୍ତନୁ କୁମାର ମିଶ୍ର, ଓଷ୍ଟାର ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ଘଡେଇ, ଓଷ୍ଟାର ରାଜ୍ଯ ସହସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଓଷ୍ଟାର ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ବାଳ, ଓଷ୍ଟାର ବ୍ଲକ ସଭାପତି ନବଘନ ନାୟକ, ଓଷ୍ଟାର ଜିଲ୍ଲା ଯୁଗ୍ମ ସମ୍ପାଦକ ଅନିରୁଦ୍ଧ ସେଠୀ, ପୁର୍ବତନ ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ତ୍ରିପାଠୀ, ବିଜୟ ସୁର, ଓଷ୍ଟାର ଆନନ୍ଦପୁର ବ୍ଲକ ସମ୍ପାଦକ ପ୍ରଦୀପ କୁମାର ହଜାରି , ସୋସୋ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ନାହାକ, ସରପଞ୍ଚ ଦିନେଶ କୁମାର ସେଠୀ, ଶିକ୍ଷାବିତ ମକରଧ୍ଵଜ ଓଝା ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଜଣେ ସୁନାମଧନ୍ୟ ଶିକ୍ଷକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସେ ଜଣେ ସମୟନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠ, ଛାତ୍ରୀ ବତ୍ସଳ ଓ ଆଧ୍ୟାତ୍ମିକ ଚେତନାର ବ୍ୟକ୍ତିତ୍ବ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ତାଙ୍କୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ସେ ଶିକ୍ଷା ନିବୃତ ହୋଇଥିଲେ ମଧ୍ୟ ବିଦ୍ୟାଳୟକୁ ଆସି ନିଜ ସାମର୍ଥ୍ୟ ଅନୁଯାଇ ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରିବେ ବୋଲି ମତ ଦେଇଥିଲେ। ଶିକ୍ଷୟତ୍ରୀ ପ୍ରୀତିଲତା ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ମାନସ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟତ୍ରୀ କାମିନୀ ଦେହୁରୀ, ଶିକ୍ଷକ ଜ୍ୟୋତି ରଞ୍ଜନ ମଲ୍ଲିକ, କର୍ମଚାରୀ ପଦ୍ମନାଭ ମାଝୀ, ସଞ୍ଜୟ କୁମାର ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଆଖ ପାଖ ଉଚ୍ଚ ବିଦ୍ୟାଳୟର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ଯୋଗଦେଇଥିଲେ।


