ଫାର୍ମାସିଷ୍ଟଙ୍କୁ ଅବସରକାଳୀନ ବିଦାୟକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରାବନ୍ଧ ସ୍ଥିତ ପ୍ରାଥମିକ ଚିକିତ୍ସାଳୟର ସିନିୟର ଫାର୍ମାସିଷ୍ଟ କିଶୋର ଚନ୍ଦ୍ର ପାଣିଗ୍ରାହୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅନଙ୍ଗସୁଦନ ଭୂୟାଁ, ବିପିଏମ୍ ଏମ୍.ଖଗେଶ୍ବର, ଜନସଂପ୍ରସାରଣ ଅଧିକାରୀ ମମତା ପାଢୀ, ଗାରାବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମହାଦେବ ମାଝୀ, ଡାକ୍ତର ପୂର୍ଣ୍ଣଚନ୍ଦ୍ର ପାତ୍ର, ଲାବାଣ୍ୟଗଡର ଆୟୁଷ ଡାକ୍ତର ଦୀପାଞ୍ଚଳି ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଗାରାବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ କେ. ବେଣୁଗୋପାଳ ରାଓ ଯୋଗଦେଇ ଶ୍ରୀ ପାଣିଗ୍ରାହୀ ଏହି ଅଞ୍ଚଳରେ ଜଣେ ସ୍ବାସ୍ଥ୍ୟସେବକ ଭାବେ ବେସ୍ ଜଣାଶୁଣା ଅଟନ୍ତି । ଗୋଷାଣି ବ୍ଲକର ବିଭିନ୍ବ ଗ୍ରାମ ଗୁଡିକରେ ସ୍ବାସ୍ଥ୍ୟ କେନ୍ଦ୍ର ରହିଥିଲେ ମଧ୍ୟ ଶ୍ରୀ ପାଣିଗ୍ରାହୀଙ୍କ ଉତ୍ତମ ସେବାମନବୃତ୍ତି ଯୋଗୁଁ ଗାରାବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା. କର୍ମପ୍ରତି ତାଙ୍କର ଆଗ୍ରହ ଓ ନିଷ୍ଠାପର ସେବା ଆମ୍ଭମାନଙ୍କୁ ଅନେକ ପ୍ରେରଣା ଦେଇଛି ବୋଲି ସ୍ବାସ୍ଥ୍ୟ କର୍ମଚାରୀମାନେ କହିଥିଲେ. ରୋଗୀଙ୍କ ସହ ଉତ୍ତମ ବ୍ୟବହାର ହିଁ ରୋଗୀଙ୍କ ଅଧା ରୋଗ ଉପଶମ କରିଦେଉବା, 24ଘଣ୍ଟା ରୋଗୀ ସେବା ପ୍ରଦାନ କରିବା, କର୍ମମୟ ଜୀବନରେ ବିରକ୍ତି ନହେବା ଶ୍ରୀ ପାଣିଗ୍ରାହୀଙ୍କ ଠାରେ ଆମ୍ଭେ କେବେ ବି ଦେଖିନୁ ବୋଲି ପ୍ରକାଶ କରିଥିଲେ ଅଞ୍ଚଳର ମାନ୍ୟଗଣ୍ୟ ବକ୍ତିମାନେ । ଏହି ଅବସରରେ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ 90 ଦଶକରେ ମୁଁ ମାଲକାନାଗିରି ଭଳି ଉପାନ୍ତ ଅଞ୍ଚଳରେ ଚାକିରୀ ଆରମ୍ଭ କରିଥିଲି । ଚାକିରୀ ଜୀବନକାଳରେ ଅନେକ ସ୍ଥାନକୁ ବଦଳି ହୋଇ ଗଜପତି ଜିଲ୍ଲା ଗାରାବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ ହୋଇଥିଲି । ଏଠାକାର ଅଞ୍ଚଳବାସୀଙ୍କ ସ୍ନେହ ଶ୍ରଦ୍ଧାକୁ ମୁଁ ମୋ ଜୀବନକାଳରେ କେବେ ବି ଭୁଲିପାରିବିନି, ତେଣୁ ମୁଁ ମୋ ଜନ୍ମମାଟିକୁ ନ ଯାଇ ଏଠାକାର ଅଧିବାସୀ ହୋଇ ଯାଇଛି ବୋଲି କହିଥିଲେ. ଏହି ଅବସରରେ ଯୋଗଦେଇଥିବା ଅଞ୍ଚଳବାସୀ ଓ ଜନପ୍ରତିନିଧି ମାନେ କହିଛନ୍ତି ଯେ ଫାର୍ମାସିଷ୍ଟ ଶ୍ରୀ ପାଣିଗ୍ରାହୀଙ୍କୁ ସରକାର ତଥା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପୁଣି ଅବଧି ବଢାଇ ଅଧିଷ୍ଠ କଲେ ଅଞ୍ଚଳର ଜନସାଧାରଣ ଉପକୃତ ହୋଇପାରିଥାନ୍ତେ ବୋଲି ମତ ରଖିଥିଲେ.