ବିଦାୟୀ କାଳୀନ ସମ୍ବର୍ଦ୍ଧନା ଓ ବାର୍ଷିକ ଉତ୍ସବ

ସାରସକଣା, (ଭଗୀରଥ ମହାନ୍ତ): ଝାରପୋଖରୀଆସ୍ଥିତ ସାଇନିଙ୍ଗ ଟ୍ୟୁଟୋରିଆଲରେ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସହ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁମିତ କୁମାର ସାଉଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଲମ୍ବୋଦର ମହାନ୍ତ , ମୁଖ୍ୟ ବକ୍ତା ଭାବେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ ସରୋଜ କୁମାର ନାୟକ , ସମ୍ମାନୀୟ ଅତିଥି ଭାବେ ଅଶୋକ କୁମାର ପୁଷ୍ଟି ଯୋଗ ଦେଇଥିଲେ । ଅନୁଷ୍ଠାନର ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରଦୀପ କୁମାର ପରିଡ଼ା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଉପସ୍ଥିତ ଥିଲେ ଓ ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶୁଭଶ୍ରୀ ଦିକ୍ଷୀତ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ