ପ୍ରଧାନଶିକ୍ଷକ ସେକ୍ ୟାକତ ଅଲ୍ଲୀଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ ଗତ ଏପ୍ରିଲ ୩୦ରେ ଅବସର ଗ୍ରହଣ କରିଥିବା ବେଳେ ତାଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ସେକ୍ ଜଲାଲଉଦ୍ଦୀନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଉଦ୍‌ଘାଟକ ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବିଶିଷ୍ଟ ଅତିଥି ଭାବେ ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ମୁଖ୍ୟ ବକ୍ତା ଭାବେ ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ସୁଧାଂଶୁ ଶେଖର ନାୟକ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ରାଜ୍ୟ ଓଷ୍ଟା ସମ୍ପାଦକ ରଘୁନାଥ ସାହୁ, ଜିଲା ଓଷ୍ଟା ସଭାପତି ଶଶୀ ଶେଖର କରଶର୍ମା, ଦାନଗଦି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକ, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ଡ.ମନ୍ମଥ କୁମାର ରାଉଳ, ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, ହାଟଡିହୀ କଲେଜର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ, ସମାଜସେବୀ ଏସଏମ ଫାରୁକ୍‌, ବନବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି, କେନ୍ଦୁଆପଦା କଲେଜର ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ଅବସରପ୍ରାପ୍ତ ଅଧ୍ୟାପକ ସେକ୍ ନାସୀର ବକ୍ସ, ପଧାନପଡା ସରପଞ୍ଚ ଗଜେନ୍ଦ୍ର ସେଠୀ, ବ୍ଲକ ଓଷ୍ଟା ସଭାପତି ନାରାୟଣ ଚନ୍ଦ୍ର ସାମଲ, ବ୍ଲକ ଓଷ୍ଟା ସମ୍ପାଦକ ସନ୍ତୋଷ କୁମାର ଜେନା, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ଲକ୍ଷ୍ମୀଧର ପଣ୍ଡା, ପୂର୍ବତନ ସରପଞ୍ଚ ସେକ୍ ମୁସ୍ତାକ୍ ଅଲ୍ଲୀ ଖାଁ, ଶିକ୍ଷକ ଅଶୋକ ସାହୁ ପ୍ରମୁଖ ଯୋଗ ଦେଇ ଅବସରପ୍ରାପ୍ତ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଉତ୍କଳ ସଙ୍ଗୀତ ଗାନ କରାଯାଇଥିଲା । ପରେ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ବିଦାୟୀ ସଙ୍ଗୀତ ଗାନ କରାଯାଇଥିଲା । ଶାଳବଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନରହରି ଜେନା ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ବରିଷ୍ଠ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ସର୍ବୋଚ୍ଚ ୫୩୮ ନମ୍ବର ରଖିଥିବା ଛାତ୍ରୀ ଦୀପ୍‌ସ୍ମିତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ‘ନାୟକ ନୁହେଁ ମହାନାୟକ’ କୀର୍ତ୍ତି ମଞ୍ଜରୀ ପତ୍ରିକାକୁ ବିଧାୟକ ଶ୍ରୀ ମଲ୍ଲିକ ଉନ୍ମୋଚନ କରିଥିଲେ । ଅବସରପ୍ରାପ୍ତ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଜିଲା ଶିକ୍ଷାଧିକାରୀ ଏବଂ ପୂର୍ବତନ ପିସିସି ସଭାପତି ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ହେମନ୍ତ କୁମାର ପରିଡା, ଜଗନ୍ନାଥ ଦ୍ୱିବେଦୀ, ଅରୁଣ କୁମାର ବାରିକ, ପ୍ରଫୁଲ୍ଲ ଜେନା, ରମାକାନ୍ତ ଜେନା, ସେକ୍ ସାବୀର, ଜାହାରୁଦ୍ଦୀନ ସାହାଜୀ, ସେକ୍ ରିହାଜ ଅଲ୍ଲୀ, କର୍ମଚାରୀ ଶରତ ସାହୁ, ବୁଦ୍ଧିରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ