ରାଜସ୍ୱ ସହାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସଦର ବ୍ଲକ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ସରକାରୀ ଚାକିରୀରୁ ଅବସର ଗ୍ରହଣ ଉଦ୍ଦେଶ୍ୟରେ ଏକବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ କଲେକ୍ଟରେଟ୍ ଦରବାର ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ । ଓଡିଶା ରାଜସ୍ୱ ଅମଲା ସଂଘର ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର ବିଦାୟୀ କର୍ମଚାରୀ ଙ୍କ ସମୟାନୁ ବର୍ତିତା, ସମସ୍ତ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତର୍ଜମା ସହିତ ତାର ସମାଧାନ କରି କର୍ମଚାରୀ ମାନଙ୍କର ଆଦର୍ଶ ହୋଇପାରିଥିବାରୁ  ଧନ୍ୟବାଦ୍ ଜଣାଇଥିଲେ । ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡା, ସହକାରୀ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମଲ୍ଲିକ ନିଜ  ନିଜ ବକ୍ତବ୍ୟରେ ବିଦାୟୀ କର୍ମଚାରୀଙ୍କୁ ଭୂୟସୀ ପ୍ରସଂଶା କରିବା ସହିତ ତାଙ୍କର କାର୍ଯ୍ୟ ଦକ୍ଷତା ଆମମାନଙ୍କ ପାଇଁ ପ୍ରେରଣାଦାୟକ ହୋଇ ରହିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଳିକ ନିଜ ଅଭିଭାଷଣରେ ଶ୍ରୀ ବାରିକ ଦୀର୍ଘ ୩୪ ବର୍ଷ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିବାରୁ ଧନ୍ୟବାଦ ଜଣାଇବା ସହିତ ଅବସର ପରେ ମା’ତାରିଣୀ ସମସ୍ତଙ୍କୁ ସୁଖଶାନ୍ତିରେ ରଖନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ରାଧାରମଣ ଚକ୍ର, ମାଧବ ଚନ୍ଦ୍ର ସେଠୀ, ଭୁବନେଶ୍ୱର ମହାପାତ୍ର, ସନ୍ତୋଷ କୁମାର ରଣା, ସଚିନ କୁମାର ପଣ୍ଡା, ପୀତବାସ ମହାନ୍ତ, ଅନିମା ଭୋଳ, ବବିତା ସାହୁ, ସମ୍ପାଦକ ପ୍ରଭାତେନ୍ଦୁ ନାଏକଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ତଥା ଜିଲ୍ଲାର ସମସ୍ତ ରାଜସ୍ୱ କର୍ମଚାରୀ ବୃନ୍ଦ ଯୋଗଦାନ କରି ଅବସରକାଳୀନ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ