ଏସଡିଆଇପିଆରଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):- ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡସ୍ତରୀୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଏହି ମାସ ୩୦ ତାରିଖରେ ଚାକିରୀରୁ ଅବସର ନେବେ। ଶ୍ରୀ ଶତପଥୀ ଚାକିରୀରୁ ଅବସର ନେବାର ୫ ଦିନ ପୂର୍ବରୁ ବୁଧବାର ଭଞ୍ଜନଗର ପ୍ରେସ କ୍ଲବ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ବିଦାୟ କାଳୀନ ସମ୍ବର୍ଧନା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉପ – ଜିଲ୍ଲାପାଳ ଉମାଶଙ୍କର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ସୁମନ ଘୋଷ, ଆସିଷ୍ଟାଣ୍ଟ କଲେକ୍ଟର ରାମଚନ୍ଦ୍ର ମହାପାତ୍ର, ତହସିଲଦାର ଅଭିପସା ପଟ୍ଟନାୟକ, ବିଡ଼ିଓ ଭାରତୀ ଦେବୀ , ଏ ବି ଡି ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଅତିରିକ୍ତ ତହସିଲଦାର ଅବିନାଶ ମହାର ଓ ପ୍ରେସ କ୍ଲବ ଆଇନ ପରାମର୍ଶଦାତା ରାଜେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରେସ କ୍ଲବ ସଭାପତି ଲୋକନାଥ କରଙ୍କ ସଭାପତିତ୍ବରେ ସଂଘର ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର, ବିଶ୍ବମ୍ବର ଜେନା, ସୁଶାନ୍ତ କୁମାର ସାହୁ, ନେତାଜୀ ବିଷୋୟୀ ଓ ବାବୁଲା ପ୍ରଧାନ ପ୍ରମୁଖ ବିଦାୟୀ ଏସ୍ ଡି ଆଇ ପି ଆର ଓ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଗଣ ଯୋଗାଯୋଗ କ୍ଷେତ୍ରରେ ଏସ୍ ଡି ଆଇ ପି ଆର ଓ ଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଥିଲା ବୋଲି ମତବ୍ୟକ୍ତ କରିଥିଲେ ଏହି ଅବସରରେ ପ୍ରେସ କ୍ଲବ ତରଫରୁ ଶ୍ରୀ ଶତପଥିଙ୍କୁ ପ୍ରଶଂସା ପତ୍ର, ଉପଢୌକନ , ପିତଳ ମାଛ ଓ ଶ୍ରୀମଦ୍ ଭଗବତ୍ ଓ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା। ସଭାରେ ସରକାରୀ ଗନ୍ତାଘର ପ୍ରଦୀପ କୁମାର ପାତ୍ରଙ୍କ ସମେତ ସାମ୍ବାଦିକ ବିରେନ୍ଦ୍ର ସ୍ବାଇଁ, ଭବାନୀ ପାଳ, ରଞ୍ଜନ ସ୍ବାଇଁ, ଅରକ୍ଷିତ ପରିଛା, ନିଲୁ ବିଷୋୟୀ, ସନ୍ତୋଷ କୁମାର ଜେନା, ମନୋଜ କୁମାର ଗୌଡ଼,ନଚିକେତା ପ୍ରଧାନ, ମନୋଜ କର, ଶିବ ଦାସ , ରତ୍ନାକର ସାହୁ, ସୁଜିତ୍ ବିଷୋୟୀ ଓ ସୌମ୍ୟଜିତ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।