‘ଲୋକଯାତ୍ରା’ର ଅଭିଯାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଓ ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା): ରାଜ୍ୟର ଖଣି, ପାଣି, ଜଙ୍ଗଲ, ଜମି ଓ ପରିବେଶ ସୁରକ୍ଷାପାଇଁ ‘ଲୋକଶକ୍ତି ଅଭିଯାନ’, ‘ଜନଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ ସେଣ୍ଟର ଫର୍ କ୍ଲାଇମେଟ୍ ଜଷ୍ଟିସ୍‌’ ବିଭିନ୍ନ ଗାନ୍ଧିବାଦୀ ସଂଗଠନ ଓ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଲଢ଼ୁଥିବା ସଂଗଠନମାନଙ୍କୁ ନେଇ ଲୋକ ଅଧିକାର ଯାତ୍ରୀମାନେ ଗୁରୁବାର ପୂର୍ବାହ୍ନରେ ବାଲେଶ୍ୱର ସହରରେ ପହଞ୍ôଚବା ପରେ ପୋଲିସ୍‌ଲାଇନ୍‌୍ ଛକରେ ଥିବା ଡ. ବାବାସାହେବ ଆମ୍ବେଦକର ଏବଂ ଫକୀରମୋହନ ଗୋଲେଇରେ ବ୍ୟାସକବିଙ୍କ ପୂର୍ଣ୍ଣାୟବରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅଭିଯାତ୍ରୀମାନେ ପହଞ୍ôଚବାପରେ ସୋସାଇଟି ପକ୍ଷରୁ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଗଣସଂଗଠନମାନଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମହିଳା ସଂଗଠନମାନଙ୍କ ପକ୍ଷରୁ ଶଙ୍ଖ, ହୁଳହୁଳି ସହିତ ଅଭିଯାତ୍ରୀମାନଙ୍କୁ ଚନ୍ଦନ ଟିପା ଦିଆଯାଇଥିଲା। ସମ୍ବର୍ଦ୍ଧନା ସଭାରେ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ପରିବେଶବିତ୍ ତଥା ଗ୍ରୀନ୍ ନୋବେଲ୍ ବିଜେତା ପ୍ରଫୁଲ୍ଲ ସାମନ୍ତରାଙ୍କ ସମେତ କୃଷକନେତା ଲିଙ୍ଗରାଜ ଜନଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ ସମିତିର ଆବାହକ ନରେନ୍ଦ୍ର ମହାନ୍ତି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ନେତା ଡା. ବିଶ୍ୱଜିତ୍‌, ପରିବେଶବିତ୍ ତଥା ବିଶିଷ୍ଟ ସମାଜସେବୀ କଲ୍ୟାଣ ଆନନ୍ଦ ସେମାନଙ୍କ ବକ୍ତବ୍ୟରେ ଆମ ରାଜ୍ୟର ଖଣି, ପାଣି, ଜଙ୍ଗଲ ଓ କୃଷିକ୍ଷେତ୍ରକୁ ବର୍ବାଦ କରି ବିକାଶ ନାମରେ ସରକାରଙ୍କ ପ୍ରୋତ୍ସାହନରେ କର୍ପୋରେଟ୍ ହାଉସ୍‌ର ରାହୁ ପୁଞ୍ଜିପତିମାନେ ଯେପରି ବିନାଶ ପ୍ରକ୍ରିୟା ଚାଲୁ ରଖିଛନ୍ତି ତାହାର କୁପରିଣାମ ବର୍ତ୍ତମାନ ପିଢ଼ିର ମଣିଷ ପ୍ରାକୃତିକ ପରିବେଶ ସମସ୍ୟା ଭୋଗୁଛନ୍ତି। ଅସମୟରେ ବର୍ଷା, ଶୀତ ଓ ଗ୍ରୀଷ୍ମପ୍ରବାହ ମାନବ ସମାଜକୁ ଅକାଳ ମୃତ୍ୟୁମୁଖକୁ ଟାଣିନେଉଛି। ଭୋଗବାଦର ଶୀକାର ହୋଇ ଆବଶ୍ୟକତାଠାରୁ ଅଧିକ ପ୍ରାକୃତିକ ସମ୍ବଳକୁ ବିନିଯୋଗ କରିବା ଫଳରେ ଆଗାମୀ ପିଢ଼ିର ମାନବ ସମାଜପାଇଁ ପ୍ରକୃତିଦତ୍ତ କୌଣସି ସମ୍ପଦ ରହିବନାହିଁ। ତେଣୁ ବିଭିନ୍ନ ଅଞ୍ଚଳରେ ଲୋକ ଏହି ତଥାକଥିତ ବିକାଶକୁ ବିରୋଧ କରୁଛନ୍ତି। ଏବେଠାରୁ ସାଧାରଣ ଜନତା ଏହି ଲୋକଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ ହୋଇ ପ୍ରକୃତି ଓ ପରିବେଶ ସୁରକ୍ଷା ପାଇଁ ଐକ୍ୟବଦ୍ଧ ଜନ ସଚେତନତା ଓ ଜନଆନ୍ଦୋଳନ ଗଢ଼ି ତୋଳିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ଗତ ୨୫ ତାରିଖ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଏହି ଯାତ୍ରା ଆରମ୍ଭ ହୋଇ ସମଗ୍ର ରାଜ୍ୟ ପରିକ୍ରମା କରିବା ପରେ ଆସନ୍ତା ମାର୍ଚ୍ଚ ୨୯ ତାରିଖ ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବରେ ଭୁବନେଶ୍ୱରରେ ପହଞ୍ôଚବ। ଏହିଦିନ ଏକ ବିରାଟ ଜନସଭାରେ ରାଷ୍ଟ୍ରୀୟ ନେତାମାନେ ଯୋଗଦେବେ। ତେଣୁ ବାଲେଶ୍ୱରର ସାଥୀମାନେ ଏହି ସମାବେଶରେ ଯୋଗଦେବାକୁ ସେମାନେ ନିବେଦନ କରିଥିଲେ। ବାଲେଶ୍ୱରରୁ ଅଭିଯାତ୍ରୀମାନେ ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲାକୁ ଯାତ୍ରାରମ୍ଭ କରିଛନ୍ତି। ତଏହି ଅବସରରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଅଭିଯାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସିଭିଲ୍ ସୋସାଇଟିର ସାଧାରଣ ସଂପାଦକ ମନୋଜ ନାୟକ ସଭାରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ରାଜକିଶୋର ସୁନାନୀ ଓ ତାଙ୍କ ସାଥୀ ବୈପ୍ଳବିକ ସଂଗୀତ ଗାନ କରିଥିଲେ। ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷ କୁମାର ସାହୁ, ସରସ୍ୱତୀ ପଣ୍ଡା, ପ୍ରତିମା ପଣ୍ଡା, ଭରତ ଚନ୍ଦ୍ର ସେଠୀ, ଅରୁଣ ଜେନା ଓ ସଂଯୁକ୍ତା ବେହେରା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ