ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ରଥକୁ ବିଦାୟ ସମ୍ବର୍ଦ୍ଧନା

ନାଉଗାଁ (ଓ୍ବାଇଏନଏ): ଯୁଗାବତାର ଭଗବାନ ଶ୍ରୀ ସତ୍ୟସାଇଙ୍କ ଜନ୍ମ ଶତ ବାର୍ଷିକୀ ଉପଲକ୍ଷେ ଭାରତ ବର୍ଷରେ ପାଦୁକା ରଥ ଯାତ୍ରାର ଆୟୋଜନ କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାରେ ଭ୍ରମଣ କରୁଥିବା ପାଦୁକା ରଥକୁ ରବିବାର ନାଉଗାଁ ବ୍ଲକରେ ଭ୍ରମଣ କରିଥିଲା। ସତ୍ୟ ସାଇ ସେବା ସଂଗଠନର ରାଜ୍ୟ ସଭାପତି ଡ. ସତ୍ୟ ସ୍ୱରୂପ ପଟ୍ଟନାୟକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନାଉଗାଁ ବ୍ଲକର ଶତାଧିକ ଭକ୍ତମାନେ ଯୋଗ ଦେଇ ରଥକୁ ଅଲଣାହାଟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ନେଇ ପୁରୀ ଜିଲ୍ଲାର ନୟାହାଟ ନିକଟରେ ବିଦାୟ ସମ୍ବର୍ଦ୍ଧନା ଦେବା ସହିତ ପୁରୀ ଜିଲ୍ଲାର ଭକ୍ତମାନଙ୍କୁ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ ମଧୁପୁର ଭଜନ ମଣ୍ଡଳୀର ଆବାହକ ଆଇନ୍‌ଜୀବୀ ପ୍ରମୋଦ ସ୍ୱାମୀ, ବିଶ୍ୱଜିତ ମହାନ୍ତିଙ୍କ ସହ ଶତାଧିକ ଭକ୍ତମାନେ ଯୋଗ ଦେଇ ଜୟ ସାଇରାମ ଧ୍ୱନୀ ଦେଇ ପାଦୁକା ରଥକୁ ବିଦାୟ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ