ବିଦାୟୀ ଶିକ୍ଷକ ଘନଶ୍ୟାମ ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ) ଗୋପୀନାଥଜୀୟୁ ଉଚ୍ଚ ବିଦ୍ୟାଳୟ ଆମ୍ୱୋ ଠାରେ ବିଦାୟୀ ସହକାରୀ ଶିକ୍ଷକ ଘନଶ୍ୟାମ ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଛି। ପ୍ରଧାନ ଶିକ୍ଷକ ପଦ୍ମନାଭ ଖମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଭାବେ ପୁର୍ବତନ ସିଆରସିସି ଗଦାଧର ଜେନା, ମୂଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଶ୍ରୀକାନ୍ତ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୁର୍ବତନ ଏବିଇଓ ଅନାଦି ଚରଣ ବେହେରା, ବିଶେଷ ଅତିଥି ଭାବେ ଶିକ୍ଷାବିତ୍ ସୁରେଶ ଖମାରୀ, ଡମ୍ବରୁଧର ଦେହୁରୀ, ଗୌରହରୀ ଦାସ, ନାରାୟଣ ସାହୁ, ନଟବର ପଲେଇ, ଶିବ ଚରଣ ଓଝା, କ୍ଷେତ୍ରବାସୀ ମିଶ୍ର ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ। ଏହି ଅବସରରେ ତାଙ୍କୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ଶିକ୍ଷକ ସହଦେବ ପରିଡ଼ା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଣତୀ ସାହୁ, ଝରଣା ମଲ୍ଲିକ, ବଳରାମ ବେହେରା, ସ୍ୱର୍ଣପ୍ରଭା ମିଶ୍ର, ସରୋଜିନୀ ବରାଳ, ସୁଶାନ୍ତ ସାମଲ, ଲମ୍ବୋଦର ନାୟପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଆଖପାଖ ସ୍କୁଲର ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।