ଦର୍ଶନଶାସ୍ତ୍ର ବିଭାଗ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବିଜ୍ଞାନ ମହାବଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରଛାତ୍ରୀ ବୃନ୍ଦଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ୧୧-୪-୨୬ ତାରିଖ ଦିନ ଅନୁଷ୍ଠିତ ହୋଯାଇଅଛି। କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗର ମୁଖ୍ୟ ଅଧ୍ୟାପକ ରୁଦ୍ର ପ୍ରାସାଦ ଗୌଡ଼ ସଂଯୋଜନା କରିଥିଲେ। ଅତିଥି ଭାବରେ ଇଂରାଜୀ ବିଭାଗର ଅଧ୍ୟାପକ ଡ଼କ୍ଟର ହରିଶ୍ ଚନ୍ଦ୍ର ପାଇକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜର ଭବିଷ୍ୟତ ଗଠନ ପାଇଁ ପ୍ରେରଣା ଦେଇଥିଲେ। ଦର୍ଶନ ଶାସ୍ତ୍ର ଅଧ୍ୟାପକ ସେକ୍ ଫରିଦ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ଯୁକ୍ତ ତିନି ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ର ଓ ଛାତ୍ରୀ ବିକାଶ କୁମାର ସ୍ବାଇଁ, ଶ୍ରବଣ କୁମାର ସାହୁ, ଷ୍ଟାଲିନ ସାହୁ, ଅନିତା ସାହୁ, ଲକି ବିଷୋୟୀ, ଜ୍ୟୋତିପ୍ରଭା ବିଷୋୟୀ, ଲିଜା ପଲେଇ, ଗୁଡୁଲୁ ବେହେରା, ସଦାଶିବ ସାବତ, ବିକାଶ କୁମାର ନାୟକ, ରାଜଦିପ ସାହୁ, ସାହିଲ କୁମାର ସାହୁ, ରାଜେଶ ଗୌଡ଼, ସିପୁନ ନାହାକ, ଗୁରୁମୁର୍ତୀ ପ୍ରଧାନ, ରିନା କୁମାରୀ ଜାନୀ, ପୂଜା ବେହେରା ପ୍ରଭୃତି ସହଯୋଗ କରିଥିଲେ।


