ଏବିଡିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ନାଉଗାଁ (ଓ୍ବାଇଏନଏସ): ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କୁ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ସଦର ବ୍ଲକ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ଲକ କର୍ମଚାରୀ ଓ ଜନପ୍ରତିନିଧିଙ୍କ ଦ୍ୱାରା ଏବିଡିଓ ଶ୍ରୀ ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଘୋଡାଂଶ ପଂଚାୟତର ସମିତି ସଭ୍ୟ ତରୁଣକାନ୍ତ ବାରିକ, ଓଷକଣା ପଂଚାୟତର ସମିତି ସଭ୍ୟ ବିରେନ୍ଦ୍ର ବିଶ୍ୱାଳ, ଡାବର ପଂଚାୟତର ସମିତି ସଭ୍ୟ ସୁବଳ ବେହେରା, ସମାଜସେବୀ ତୁଷାର କୁଅଁର, ବ୍ଲକର ବରିଷ୍ଠ କିରାଣୀ ଜଗନ୍ନାଥ ମଲ୍ଲିକ, ସୁଶାନ୍ତ ବିଶ୍ୱାଳ, ବିପିନ ବିହାରୀ ମହାନ୍ତି, ଅମୂଳ୍ୟ ବାରିକ ପ୍ରମୁଖ ଏବିଡିଓ ଶ୍ରୀ ପଧାନଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଫଟୋ ସହିତ ପୁଷ୍ପଗୁଛ, ଉତରୀୟ ଆଦି ପ୍ରଦାନ କରିଥିଲେ। ଏବିଡିଓ ଶ୍ରୀ ପ୍ରଧାନ ଏହି ବ୍ଲକରେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ କାର୍ଯ୍ୟ କରି ଆସୁଥିଲେ। ଏହି ୪ ବର୍ଷ ମଧ୍ୟରେ ବ୍ଲକର ଭାରାପ୍ରାପ୍ତ ବିଡିଓ ଭାବେ ଦୁଇ ଥର ଦାୟିତ୍ୱ ତୁଲାଇଥିଲେ। ସେ ଜଣେ ସୁପ୍ରଶାସକ ଭାବେ ବ୍ଲକରେ ସୁନାମ ଅର୍ଜନ କରିଥିବା ବେଳେ ଜଣେ ନିଷ୍କପଟ, ମେଳାପୀ ସ୍ୱଭାବର ବ୍ୟକ୍ତି ଥିଲେ।