ସିଆରସିସି ଗଦାଧର ସାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ହାଟଡିହି (ପାର୍ଥ ସୌରଭ ସା): ଆଞ୍ଚଳିକ ସାଧନ କେନ୍ଦ୍ର, ଆମ୍ବୋର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ପୂର୍ବତନ ସି.ଆର.ସି.ସି ଶ୍ରୀଯୁକ୍ତ ଗଦାଧର ଜେନାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଦିଆଯାଇଛି। ଗୋପୀନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ, ଆମ୍ବୋ ଠାରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଆମ୍ବୋ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଘନଶ୍ୟାମ ବେହେରା, ସମ୍ମାନିତ ଅତିଥି ଭାବେ କ୍ଷେତ୍ରବାସୀ ମିଶ୍ର, ମୋହନ କୁମାର ବେହେରା, ନରେନ୍ଦ୍ର କୁମାର ଦାସ ଯୋଗ ଦେଇ ସିଆରସିସି ଭାବେ ଗଦାଧର ଜେନାଙ୍କ ଦୀର୍ଘ ୬ ବର୍ଷ ସଫଳତାର ସହ କାର୍ଯ୍ୟ କରିଥିଲେ ବୋଲି ମତପ୍ରକାଶ କରିଥିଲେ l ଏହି ସମୟରେ ସେ ଆମ୍ବୋ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସମନ୍ୱୟ, ବିଭିନ୍ନ ସମସ୍ୟାର ସମାଧାନ, ସୁରଭି କାର୍ଯ୍ୟକ୍ରମ, ବିଜ୍ଞାନ ମେଳା, ନିପୁଣ ମେଳା ଆଦି ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ କରାଇ କ୍ଲଷ୍ଟରରେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ l ବିଭିନ୍ନ ସମୟରେ କ୍ଲଷ୍ଟରର ବିଦ୍ୟାଳୟମାନ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷାର ବିକାଶ, ମାଧ୍ୟାନ୍ନ ଭୋଜନର ମାନ, ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଅନୁଦାନ ଗୁଡିକର ସୁବିନିଯୋଗ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେବା ସହ ସମସ୍ତ କାର୍ଯ୍ୟ ଠିକ ଭାବେ ହେଉଛି କି ନାହିଁ ତାହା ତଦାରଖ କରି ସମସ୍ତଙ୍କର ପ୍ରଂଶସାର ପାତ୍ର ହୋଇପାରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ସାମଲ, ବଳଭଦ୍ର ନାୟକ, ସହଦେଵ ପରିଡା, ସରୋଜିନୀ ବରାଳ, ପ୍ରଣତି ସାହୁ, ରବିକାନ୍ତ ତରେଇ, ସୁଶାନ୍ତ ଜେନା, ଲମ୍ବୋଧର ନାୟକ, ବାଇଧର ସାହା, ଶ୍ରୀମତୀ ମାଝୀ, ସ୍ଵର୍ଣ୍ଣପ୍ରଭା ନାୟକ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ