ଚାଷୀ ବୈଠକରେ ଅଫିସରଙ୍କୁ ଘେରିଲେ ଚାଷୀ

ଵନ୍ତ, (ଚାନ୍ଦିନୀ ମହାନ୍ତି ) : ଆଜି ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତରେ ଧାନ କିଣା ନେଇ ଚାଷୀ ବୈଠକ ଅନୁଷ୍ଠିତ ହୋଇଥିଲା।  ବୈଠକରେ ଶତାଧିକ ଚାଷୀ ଉପସ୍ଥିତ ରହି ମା ତାରିଣୀ ଏସଏଚଜି  ଧାନ କିଣା ଦାୟିତ୍ଵ ଦିଆଯାଉ ବୋଲି ଉପସ୍ଥିତ ଚାଷୀ ଅଧିକାରୀଙ୍କୁ କହିବା ସହିତ ଦାବୀ ଜଣାଇଥିଲେ। ପୂର୍ବରୁ ଏକ ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆସିଥିବା ଅଧିକାରୀ ସୁବ୍ରତ ତ୍ରିପାଠୀ ଏହି ବୈଠକରେ ଉପସ୍ଥିତ ରହି ରାମକୃଷ୍ଣପୁର ସୋସାଇଟ୍ରେ ମଣ୍ଡି ଖୋଲିବା କଥା କହିବା ସହିତ ଚାଷୀ ଚାହିଁଲେ ମଧ୍ୟ ଗଣିଜାଙ୍ଗ ସୋସାଇଟ ମଣ୍ଡିରେ ଧାନ ଦେବା ନେଇ କହିବା ପରେ ଶତାଧିକ ଚାଷୀ ତାଙ୍କୁ ଘେରିବା ସହିତ ପୂର୍ବରୁ ରାମକୃଷ୍ଣପୁର ସୋସାଇଟ୍ ବ୍ଲାକ ଲିଷ୍ଟେଡ ହୋଇଥିବା ବେଳେ  ଅସରାଏ ବର୍ଷାରେ ଧାନ ନଷ୍ଟ, ଧାନ ଚୋରୀ ହେବା ଓ ଧାନ ରଖିବା ସୁବିଧା ନାହିଁ ବୋଲି ପ୍ରଶ୍ନ ଉଠାଇବା ଓ ଅଧିକ ଦୁରତ୍ଵ ଥିବାରୁ ଚାଷୀ ଗଣିଜାଙ୍ଗ ସୋସାଇଟ୍ ମଣ୍ଡିରେ ଧାନ ବିକ୍ରି କରିବା ସୁବିଧାଜନକ ହୋଇପାରିବ ନାହିଁ ବୋଲି ଅଫିସରଙ୍କୁ କହିଥିଲେ। ବିଗତ ୫ବର୍ଷ ଧରି ଏହି ପଞ୍ଚାୟତରେ ମଣ୍ଡି ଦାୟିତ୍ଵ ନେଉଥିବା ମା ତାରିଣୀ ଏସ ଏଚ୍ ଜି  ଗ୍ରୁପ ଠିକ୍ ସମୟରେ ଚାଷୀଙ୍କ ଠାରୁ ଧାନ ନେବା ସହିତ ଚାଷୀଙ୍କ ଧାନ ରଖିବା ପାଇଁ ସମସ୍ତ ସୁବିଧା ଯୋଗାଇ ଦେଉଥିବାରୁ ସେହି ଗ୍ରୁପକୁ ଧାନ କିଣା ଦାୟିତ୍ଵ ଦିଆଯାଉ ବୋଲି ଅଧିକାରୀଙ୍କୁ କହିବା ସହିତ ସରପଞ୍ଚ ହିରେନ୍ଦ୍ର ଖିଲାର ସମେତ ମହେଶ୍ୱର ସେଠୀ, ପ୍ରଶାନ୍ତ କୁମାର ଦାଶ,ଗଣେଶ ପ୍ରସାଦ ବାରିକ୍, ମଦନ ମୋହନ ବାରିକ୍, ମାୟାଧର ସେନାପତି, କୁଶ ମଲ୍ଲିକ, ବିଦ୍ୟାଧର ବେହେରା, ଦାମୋଦର ନାୟକ, ସାଗର ସାହୁ, ପ୍ରଭୁଦତ୍ତ ମହାନ୍ତି, ବିଦ୍ୟାଧର ମଲ୍ଲିକ, ବନମାଳୀ ସାହୁ, ବିଶ୍ବମ୍ବର ପଣ୍ଡା, ନିରାକାର କୁଅଁର ସମେତ ଶତାଧିକ ଚାଷୀଙ୍କ ଦାବୀ କରିଥିଲେ। ଏ ବିଷୟରେ ଶତାଧିକ ଚାଷୀ ପୂର୍ବରୁ ଭଦ୍ରକ ଜିଲ୍ଲାପାଳ, ବିଧାୟକ, ସି ଏସ ଓ ଭଦ୍ରକ, ମିଶନ ଶକ୍ତି ବନ୍ତ, ଡି ଆର୍ ସି ଏସ କୁ ଅବଗତ କରାଇଥିଲେ। ଏ ବିଷୟର ବିଭାଗୀୟ ଅଧିକାରୀ ହସ୍ତକ୍ଷେପ କରି ଚାଷୀଙ୍କ ଦାବୀକୁ ଲକ୍ଷ୍ୟ କରି ଶୀଘ୍ର ସମାଧାନ ନକରନ୍ତି ଆଗାମୀ ଦିନରେ ଚାଷୀ ରାସ୍ତାରେ ଧାନବସ୍ତା ରଖି ଅବରୋଧ କରିବା ସହିତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ନେଇ ଚାଷୀ ମାନେ ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ