ଶୀତ କାକରରେ ଧାନକୁ ଜଗିଛି ଚାଷୀ: ଟୋକନ ଅପେକ୍ଷାରେ ହଜାର ଚାଷୀ
କଲ୍ୟାଣସିଂହପୁର (ଓ୍ବାଇଏନଏସ): ରାଜ୍ୟ ସରକାର ସ୍ୱଚ୍ଛତାରେ ଚାଷୀଙ୍କ ଧାନ କିଣି ଇନପୁଟ ସହାୟତା ପ୍ତଦାନ ନାମରେ ଏକ ପ୍ରକାର ମାନସିକ ଶାରୀରିକ ଓ ଆର୍ଥିକ ନିର୍ଯାତନା ଡରୁଥିବା କହିଲେ ଭୁଲ ଭୁଲ ହେବ ନାହିଁ। ନିଜ କିମ୍ବା ଭାଗ ଚାଷ କରି ସରକାରଙ୍କ ନିକଟରେ ଧାନ ବିକ୍ରି କରିବା ପାଇଁ ଆଶା ରହିଥିବା ଚାଷୀ ସମସ୍ତ ପ୍ରକାର ନିର୍ଯ୍ୟାତନା ସହିବାକୁ ପଡୁଛି। ସରକାର ସାଟ ଲାଇଟ ଭେରୀଫିକେଶନ କରି ଚାଷୀଙ୍କୁ ଟିକେନ ପ୍ରଦାନ କରିବେ ବୋଲି ସର୍ଭେ କରିଥିଲେ। ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଦିନରାତି ଏକ କରି ସମବାୟ ନିକରେ ଗୋଡ଼ ମାରି ରେଜିଷ୍ଟେସନ କରିଥିଲା।ରେଜିଷ୍ଟେସନ କରିବା ପରେ ଜମି ଚିହ୍ନଟ ମଧ୍ୟ ହୋଇଥିଲା।ଗତ କିଛି ବର୍ଷ ହେବ ସାଟ ଲାଇଟ ସର୍ଭେ କରା ଯାଉଛି। ଏମିତିକି ଉକ୍ତ ସର୍ବହେଉଠିବା କିଛି ଧାନ ବିଲ ଜମିକୁ ଡାଙ୍ଗର ଦରଖାଉଥିବା ବେଳେ ଡଙ୍ଗର ଜେମିକୁ ବିଲ ଦେଖାଇ ବାର ନଜୀର ରହିଛି। ଅନେକ ଚାଷୀ ନିଜର ଓ ପୌତ୍ରିକ ଜେମିକୁ ଚାଷ କରି ନିଜର ପରିବାର ଗୁଜରାଣ ମେଣ୍ଟାଈ ଥାନ୍ତି। କିନ୍ତୁ ଜମି ପଟାରେ ଥିବା ପ୍ଲଟ ଗୁଡା କେଉଁଟା ବିଲ ଓ କେଉଁଟା ଡଙ୍ଗର ଜେମିର ପ୍ଲଟ ନମ୍ବର ଜାଣି ପାରନ୍ତି ନାହିଁ। ରେଜିଷ୍ଟ୍ର କରିବା ସମୟରେ ସମସ୍ତ ଜେମିକୁ ରେଜିଷ୍ଟ୍ରି କରି ଥାନ୍ତି। ରାଜସ୍ୱ ବିଭାଗ ଉକ୍ତ ଜମିକୁ ଚିହ୍ନଟ କରି ସରକାରଙ୍କ ନିକଟରେ ସର୍ଭେ ପ୍ରଦାନ କଲେ ଚଷୀ ନକଲି ଜମି ର ପଟା ଦିଅନ୍ତାନି କି ନକଲି ଚାଷୀ ସରକାରଙ୍କ ଖାତାରେ ହୁଅନ୍ତାନି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସାଟ ଲାଇଟ ସର୍ଭେ ଆଜି ଯାଏ ରିପୋର୍ଟ ପ୍ରକାଶ ପାଇ ନଥିବାରୁ ଚାଷୀଙ୍କୁ ଟିକେନ ଆସିନଥିବାରୁ ବହୁତ ହଇରାଣ ହେବାକୁ ପଡୁଛି। ବର୍ଷା ଶୀତ କାକର ସହି ଧାନ ଅମଳ କରିଥାଏ ଚାଷୀ। ଧାନ ଅମଳ ପରେ ଟିକେନ ଆସିନଥିବାରୁ ବିଲରେ ରାତିଦିନ ଶୀତ କାକରେ ଅମଳ ଧାନକୁ ଅନାଇ ବସିଛି ଟିକେନ କେବେ ଆସିବ। ଗୋଟିଏ ପଟେ ସାହୁକାର ଠାରୁ ଋଣ ଆଣି ସୁଧ ଗଣୁଥିବା ବେଳେ ଆର୍ଥିକ ନିର୍ଯାତନା ଶହୁଛି ତ ଶୀତ କାକରେ ଖଳାରେ ଶାରୀରିକ ନିର୍ଯ୍ୟାତନା ସହିବାକୁ ପଡୁଛି। ଏମିତିକି ହାତରୁ ବିଲେ ଖର୍ଚ୍ଚ କରିଥିବା ଟଙ୍କା ମିଳବା ନେଇ ଦୁଶ୍ଚିନ୍ତା ରେ ସଢ଼ୁଥିବା ବେଳେ ଟିକେନ ଆସିବ କି ନାହିଁ ମାନସିକ ଚିନ୍ତାରେ ପଡି ଦୁର୍ବଳ ହୋଇ ପଡିଛି ଚାଷୀ।ଗୋଟିଏ ପଟେ ଟିକେନ ଆସୁନି ଅନ୍ୟ ପଟେ ଶୀତ ସହ ଯୁଝି ହେଉଛି ଚାଷୀ। ଏଣୁ ସରକାର ସେଟ ଲାଇଟ ସର୍ଭେର ପରିସ୍ମାପ୍ତି ଘଟାଇ ଚାଷୀକୁ ଟିକେନ ପ୍ରଦାନ କଲେ ମଣ୍ଡିରେ ଧାନ ବିକ୍ରି କାଟିପାରିବ ବୋଲି ଚଷୀ ଦାବୀ କରିଛି। ନଚେତ ସରକାରଙ୍କ ଇନପୁଟ ଶବସିଡି କାହା ସ୍ୱାର୍ଥରେ ବୋଲି ଆଲୋଚନା ହେଉଛି। ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଈ ଚାଷୀଙ୍କ ସମସ୍ୟା ସମାଧାନ କରିବା ପାଇଁ ଦାବୀ ହୋଇଛି।


