ଡାକ୍ତର ହେବେ ଚାଷୀର ପୁଅ

ହାଟଡିହି(ବିକାଶ ବିଶ୍ବାଳ) : ହାଟଡିହି ବ୍ଳକ କଳିଗାଁ ପଞ୍ଚାୟତ ତାମ୍ପଳା ଗ୍ରାମର ଅଜୟ କୁମାର ବେହେରା ଓ ସଞ୍ଜୁଲତା ବେହେରାଙ୍କ ପୁଅ ଅମୀୟ କୁମାର ବେହେରା ଚଳିତ ବର୍ଷ ନିଟ ପରୀକ୍ଷାରେ ୫୪୫ମାର୍କ ରଖି ସଫଳତା ହାସଲ କରିଛନ୍ତି। ଜଣେ ଚାଷୀ ଘରର ପୁଅ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟ ହୋଇଥିବାରୁ ଗାଁ ରେ ଖୁସିର ଲହରୀ ଖେଳିଯାଇଛି।  ଅମୀୟ ପିଲାଦିନୁ ଜଣେ ମେଧାବୀ ଛାତ୍ର । ସେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖ୍ ସଫଳତା ଅର୍ଜନ କରିଥିଲେ। କଳିଗାଁ ସ୍ଥିତ କପିଳେଶ୍ଵର ହାଇସ୍କୁଲରେ ମାଟ୍ରିକ ପରୀକ୍ଷାରେ ମଧ୍ୟ ୫୬୪ ମାର୍କ ରଖ୍ କୃତିତ୍ୱ ହାସଲ କରିଥିଲେ। ତାଙ୍କର ଏପରି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ