ଉପକୃତ ହେବେ ଚାଷୀ, କାଢା ନାଳ ସାଜିବ ମାଧ୍ୟମ :ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚ ସ୍ତରୀୟ ଅଧିକାରୀ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଚାଷୀଙ୍କୁ ଉପକୃତରେ ଆସିବ କାଢା ନାଳ। ଚାଷୀଙ୍କ ଚାଷ ଜମି ନିକଟରେ ପହଂଚିବ ପାଣି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର କୁଣ୍ଡେଶ୍ୱର, ଜିଓଳ, ସରିପୁର ଏବଂ ଉଦୟପୁର ଗ୍ରାମ ଦେଇ ଶ୍ରୀ ସୁଦର୍ଶନ ପାଣି ପଂଚାୟତ ଓ ହରପାର୍ବତୀ ପାଣି ପଂଚାୟତ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ପୁରୁଣା ଓ ନୂଆ ନିର୍ମାଣ ହୋଇଥିବା କାଢାନାଳୀ କାର୍ଯ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି ସେଚାଞ୍ଚଳ ଉନ୍ନୟନ କଟକ ପ୍ରକଳ୍ପ ନିର୍ଦ୍ଧେଶକ (ବୈଷୟିକ )ସମେତ ନିର୍ବାହୀ ଯନ୍ତ୍ରୀ କାଢା ଡିଭିଜନ, ଭୁବନେଶ୍ୱର, ସହକାରୀ ନିର୍ବାହୀ ଯନ୍ତ୍ରୀ ସେଚାଞ୍ଚଳ ଉନ୍ନୟନ ଉପ ବିଭାଜନ, ଭୁବନେଶ୍ୱର ଓ ସହକାରୀ ଯନ୍ତ୍ରୀ, କାଢା ସେକ୍ସନ କାକଟପୁର ପରିଦର୍ଶନ କରି କାର୍ଯ୍ୟର ସ୍ଥିତିଅନୁଧ୍ୟାନ କରିବା ସହ କାଢା ନାଳ ନିର୍ମାଣ କାର୍ଯ୍ୟ ଓ କାଢା ନାଳ ଦ୍ୱାରା ଚାଷୀ ମାନେ କିପରି ଉପକୃତ ହେଉଛନ୍ତି ଉପସ୍ଥିତ ଚାଷୀ ମାନଙ୍କ ଠାରୁ ବୁଝିଥିଲେ। ଉପସ୍ଥିତ ଚାଷୀ ମାନେ କାଢା ନାଳ ଦ୍ୱାରା ଚାଷ କାର୍ଯ୍ୟ ସୁରୁଖୁରୁରେ କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ୧୦ବର୍ଷ ପୂର୍ବରୁ କାଢା ନାଳ ଗୁଡିକ ଠିକ ଭାବରେ କାର୍ଯ୍ୟକ୍ଷମ ଅଛି ବୋଲି ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଅନ୍ୟ ଚାଷ ଜମିକୁ କାଢା ନାଳୀ କରିବାକୁ ଦାବୀ କରିଥିଲେ।


