ଜନବସତିକୁ ମାଡି ଆସିଲେ ହାତୀ ପଲ: ଚିନ୍ତାରେ ଚାଷୀକୁଳ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର, ସୁନାଖଣ୍ଡି ହରିଣା, ନୂଆଗଡ ପ୍ରଭୃତି ଗ୍ରାମ ମାନଙ୍କରେ ଗତ ପ୍ରାୟ ୧ ମାସ ରୁ ଉର୍ଦ୍ଧ୍ବ ହେଲା ହାତୀ ଉପଦ୍ରବ ଯୋଗୁଁ ସନ୍ଧ୍ୟା ହେଲେ ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକେ ଭୟଭୀତ ହେବା ସହ ରାତିରେ ତାଟି କବାଟ ପଡିଯାଉଛି। ଶନିବାର ଭୋର ରେ ଗଜପତି ଜିଲା ଚନ୍ଦ୍ରଗିରି ରେଞ୍ଜ ବନବିଭାଗ ଅଧିନ ସିଙ୍ଗପୁର ଗାଁ ନିକଟ କୁ ହାତୀପଲ ମାଡ଼ି ଆସି କିଛି ଚାଷୀ ଙ୍କ ଧାନଖଳା ରେ ପଶି ଅମଳ ଧାନ ଖାଇଦେବା ସହ ବ୍ୟାପକ ଧାନ ନଷ୍ଟ କରିଛନ୍ତି। ଅମଳ ପରେ ମଣ୍ଡି ରେ ଧାନ ରଖିବା ପାଇଁ ସୁବିଧା ନଥିବାରୁ ଚାଷୀ ଅମଳ ପରେ ଧାନ ବସ୍ତା ଗୁଡ଼ିକୁ ଖଳାରେ ରଖୁଛନ୍ତି।ଶନିବାର ଚାଷୀ ଏବଂ ବନବିଭାଗ କର୍ମଚାରୀ ବୃନ୍ଦ ସମ୍ପୃକ୍ତ ଅଞ୍ଚଳରେ ହାତୀ ଘଉଡାଇ ବିଳମ୍ବିତ ରାତି ରେ ଫେରିବା ପରେ ଭୋର ରେ ହାତୀ ପଲ ଜଙ୍ଗଲରୁ ଲେଉଟି ଚାଷୀଙ୍କ ଖଳାରେ ପଶି ଧାନ ଖାଇ ଦେବା ସହ ବିପୁଳ ପରିମାଣର ଧାନ ନଷ୍ଟ କରିଥିବା ଜଣାପଡିଛି। ଏକ ୪ ଟିକିଆ ହାତୀପଲ  ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ  ଜଙ୍ଗଲ ଅଧିନ ଶୁଳିଆ ପାହାଡ଼ରେ ଦୀର୍ଘବର୍ଷ ଧରି ରହୁଛନ୍ତି। ହାତୀ ପଲ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣ ରେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି।ହାତୀ ପଲ ଗ୍ରାମାଞ୍ଚଳରେ ବ୍ୟାପକ ଧାନ, ମାଣ୍ଡିଆ,ପନିପରିବା ଫସଲ ନଷ୍ଟ କରୁଛନ୍ତି।  ଏନେଇ ବନବିଭାଗ ଚନ୍ଦ୍ରଗିରି ପୋଡ଼ାମାରି ରେଞ୍ଜର ରୂପକ କୁମାର ପ୍ରଧାନ ଙ୍କୁ ପଚାରିବାରୁ ଖବର ପାଇ ରବିବାର ସକାଳେ ଫରେଷ୍ଟର ସୁନୀଲ ମଣ୍ଡଳ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି କ୍ଷତିଗସ୍ତ ଚାଷୀ ଙ୍କ ସହ ଆଲୋଚନା କରିବା ସହ ରିପୋର୍ଟ ସଂଗ୍ରହ କରି ଫେରିଛନ୍ତି।  ହାତୀ ଚଳପ୍ରଚଳ ନେଇ ସୂଚନା ମିଳିବା ପରେ ବନବିଭାଗ ପକ୍ଷରୁ ବିଭିନ୍ନ ଗାଁ ମାନଙ୍କରେ ହାତୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସକାଳେ କିମ୍ବା ସନ୍ଧ୍ୟାରେ ଜଙ୍ଗଲ ନିକଟକୁ ଯାଆନ୍ତୁ ନାହିଁ ବୋଲି ବନ କର୍ମଚାରୀ ଙ୍କ ପକ୍ଷରୁ ସତର୍କ ସୂଚନା ଘୋଷଣା କରାଯାଉଛି। ପୋଡ଼ାମାରି ବନ ବିଭାଗ ର ହାତୀ ସ୍କୁଆର୍ଡ, ତାଲିମ ପ୍ରାପ୍ତ ହାତୀ ଟ୍ରାକର ଙ୍କ ସମେତ ପାଟପୁର ଓ ଦିଗପହଣ୍ଡି ବନ  କର୍ମଚାରୀ ମିଳିତ ଭାବେ ପକ୍ଷରୁ ଜଙ୍ଗଲ ମଧ୍ୟକୁ ହାତୀ ଘଉଡାଇବା ପାଇଁ ରାତ୍ରୀକାଳୀନ ପାଟ୍ରୋଲିଂ କରାଯାଉଛି।  ବିଦ୍ୟୁତ ବିଭାଗ ଏବଂ ବନ ବିଭାଗ  ମିଳିତ ଭାବେ  ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳ ପ୍ରତି  ସ୍ଵତନ୍ତ୍ର ନଜର ରଖିବା ସହ ପ୍ରତିଦିନ ସେ ନିଜେ ମନିଟରିଂ କରୁଥିବା ରେଞ୍ଜର କହିଛନ୍ତି।  ହାତୀପଲ ଦ୍ଵାରା ଫସଲ କ୍ଷୟକ୍ଷତି ସମ୍ପର୍କରେ ସମ୍ପୃକ୍ତ ଚାଷୀ କୃଷକ ଅନୁକମ୍ପା ଆପ୍ ଜରିଆରେ ଆବେଦନ କରିଛନ୍ତି। ତଦନ୍ତ କରାଯାଇ ସେମାନଙ୍କୁ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ କରାଯିବ ଏବଂ ଏଥି ପୂର୍ବରୁ କ୍ଷତିଗସ୍ତ ଚାଷୀ ଙ୍କୁ ବନ ବିଭାଗ ପକ୍ଷରୁ ଅନୁକମ୍ପା ମୂଳକ କ୍ଷତିପୂରଣ ଦିଆଯାଇଥିବା ରେଞ୍ଜର ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ