ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା : ଅଭିଯୁକ୍ତ ବାପାକୁ ବାନ୍ଧିଲା ପୁଲିସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଅଧିନ ଏକ ଗାଁ ରେ ମୁଣ୍ଡ ଘୁରାଇ ଦେବାଭଳି ଘୋର ଲଜ୍ଜା ଜନକ ଘଟଣା ଘଟିଛି ।  ନିଜ ର ୧୬ ବର୍ଷୀୟା ଝିଅ କୁ ମାଡ଼ ମାରି ଦୁଷ୍କର୍ମ କରିଥିବା   ଅଭିଯୁକ୍ତ ବାପା ଭୀମ ପ୍ରଧାନ ଙ୍କୁ ପୁଲିସ ରବିବାର ବାନ୍ଧି  ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରିଛି।ଥାନା ମାମଲା ନଂ.୨୧୦/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦିଗପହଣ୍ଡି ଥାନା ଇଲାକାରେ ପ୍ରଥମ ଥର ଏଭଳି ନିନ୍ଦନୀୟ କୁତ୍ସିତ ଘଟଣା ଘଟିଥିବା ଆଲୋଚନା ହେଉଛି।  ନାବାଳିକା ଙ୍କ ମା ମଜୁରୀ କାମ ପାଇଁ ପ୍ରତିଦିନ ଘରୁ ଚାଲି ଯାଉଥିବା ବେଳେ ଗତ ବୁଧବାର ଘରେ ତାଙ୍କ ଅନୁପସ୍ଥିତି ର ସୁଯୋଗ ନେଇ କାମାନ୍ଧ ବାପା ତାଙ୍କ ଜନ୍ମିତ ଝିଅ  କୁ ଜୀବନରେ ମାରିଦେବା ର ଭୟ ଦେଖାଇ ନିସ୍ତୁକ ମାଡ଼ ମାରିଥିଲେ।ପରେ ତାଙ୍କୁ ଟେକିନେଇ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ମାନସିକ ଭାରସାମ୍ୟ ହରାଇ   ଆତ୍ମହତ୍ୟା ପାଇଁ ଏକ କାଳୀନ ୧୦ ଟି ନିଦ ବଟିକା ଖାଇ ଗୁରୁତର ହୋଇ ପଡ଼ିଥିଲେ।ତାଙ୍କୁ ଦିଗପହଣ୍ଡି ସରକାରୀ ମେଡିକାଲ ରେ  ଭର୍ତ୍ତି କରାଯାଇଥିଲା।ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରୁ ଚିକିତ୍ସା ପରେ ତାଙ୍କୁ ଗାଁ ନିକଟସ୍ଥ ଆଇ ଙ୍କ ଘରେ ରଖାଯାଇଥିଲା।ନାବାଳିକା ଜଣକ ସମସ୍ତ ଘଟଣା ତାଙ୍କ ମା ଙ୍କୁ ଜଣାଇବା ପରେ ଏନେଇ ମା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ବିରୋଧରେ ମକଦ୍ଦମା ରୁଜୁ କରି ଏସ.ଆଇ ସୋଫିଆ ମିଶ୍ର ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖବର ପ୍ରଘଟ ହେବାପରେ ଗ୍ରାମବାସୀ ଅଭିଯୁକ୍ତ କୁ କାବୁ କରି ପୁଲିସ କୁ ହସ୍ତାନ୍ତର କରିଥିଲେ।  ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତ ବାପା କୁ ଗିରଫ କରିଥିଲେ। ବ୍ରହ୍ମପୁର ବଡ ମେଡିକାଲ ରେ ରବିବାର ଅଭିଯୁକ୍ତ ବାପା ଏବଂ ନାବାଳିକା ଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ନାବାଳିକା ଙ୍କ ବୟାନ ରେକର୍ଡ କରାଯାଇଛି। ନାବାଳିକା ଅସୁସ୍ଥ ଥିବାରୁ ତାଙ୍କୁ ପୁଣି ଥରେ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ