ନାବାଳିକାକୁ ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ମଳାସପଦର ଗ୍ରାମର ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ଫେରାର ଥିବା ସେହି ଗ୍ରାମର ତାରିଣୀ ପ୍ରଧାନକୁ ପୁଲିସ ମୋହନାରୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସର ସୂଚନା ପ୍ରକାରେ ମଳାସପଦର ଗ୍ରାମର ତାରିଣୀ ପ୍ରଧାନ ନାମକ ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ଜଣେ ନାବାଳିକା ସହ ବାରମ୍ବାର ଅବୈଧ ସମ୍ପର୍କ ରଖୁଥିଲା ।ନାବାଳିକାର ବାପା ମା ଦିନ ମଜୁରିଆ ଭାବେ କାର୍ଯ୍ୟ କରିବା ପାଇଁ ପ୍ରତିଦିନ ବାହାରକୁ ଚାଲିଯିବା ପରେ ତାରିଣୀ ନାବାଳିକା ଜଣକ ଘରକୁ ଯାଇ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଧମକ ଚମକ ଦେଇ ତା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଆସୁଥିଲା। ନାବାଳିକା ଜଣକର ମାସିକ ଋତୁସ୍ରାବ ନ ହେବାରୁ ତା ମାଆ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପରେ ଝିଅ ଗର୍ଭବତୀ ଥିବା ଜଣାପଡିଥିଲା।ଏହି ଖବର ଜାଣିବା ପରେ ମୋହନା ଚାଇଲଡ ଲାଇନ ସଦସ୍ୟ ଗ୍ରାମରେ ପହଞ୍ଚି ନାବାଳିକା ଜଣକୁ ଉଦ୍ଧାର କରିବା ସହ ମୋହନା ଥାନାକୁ ଆଣିଥିଲେ।  ପୁଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ତାରିଣୀ କେଉଁଆଡ଼େ ଫେରାର ହୋଇ ଯାଇଥିଲା। ବର୍ତ୍ତମାନ ମୋହନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତକାରୀଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ