ସମବାୟ ସମିତତିରେ ମିଳୁନି ସାର, ବଜାରରୁ ଚଢ଼ା ମୂଲ୍ୟରେ ସାର କିଣୁଛନ୍ତି ଚାଷୀ

ହାଟଡିହି,(ଓ୍ବାଇଏନଏସ): ସାରା ରାଜ୍ୟରେ ଚଢ଼ା ଦରରେ ଚାଷୀ ସାର ବିକ୍ରୀ ହେଉଥିବା ଅଭିଯୋଗ ହେଉଥିବାବେଳେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରେ ଚାଷୀମାନେ ଚଢ଼ାଦରରେ ସାର କିଣୁଥୁବା ମଧ୍ୟ ଅଭିଯୋଗ ହୋଇଛି। କିଛି ଅସାଧୁ ଡିଲର ଏହାର ଫାଇଦା ଉଠାଉଥିବାବେଳେ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି। ଚାଷୀଙ୍କୁ ସୁଲଭ ମୂଲ୍ୟରେ ୟୁରିଆ, ପଟାସ ଓ ଗ୍ରୋମର ମିଳୁନାହିଁ। ସମବାୟ ସମିତି ଗୁଡିକୁ ଆବଶ୍ୟକ ମୁତାବକ ସାର ଦିଆ ଯାଉ ନଥିବାରୁ ଏହାର ଫାଇଦା ଉଠାଉଛନ୍ତି ଡିଲର। ମରେଇ ଗାଁ ସମବାୟ ସମିତିରେ ୧୫ଶହଟନ୍ ରୁ ଉର୍ଦ୍ଧ୍ୱ ସାର ଆବଶ୍ୟକ ଥିବାବେଳେ ଏଠାକୁ ମାତ୍ର ୩୦୦ବସ୍ତା ଡିଏପି ଓ ୨୫୦ବ୍ୟାଗ ୟୁରିଆ ସାର ଆସିଛି। ତା ସହିତ ନାନୋ ଡିଏପି ଓ ନାନୋ ୟୁରିଆ ବାଧ୍ୟତା ମୂଳକ। ସେହିପରି ଡଅଁର ସମବାୟ ସମିତିରେ ୧୨୦୦ପଞ୍ଜୀକୃତ ଚାଷୀଙ୍କ ପାଇଁ ହଜାରେ ଟନ୍ ରୁ ଉର୍ଦ୍ଧ୍ୱ ସାରର ଆବଶ୍ୟକତା ଥିବାବେଳେ ସେଠାକୁ ମାତ୍ର ୩୦୦ବସ୍ତା ଡିଏପି ଓ ୨୭୦ବସ୍ତା ୟୁରିଆ ଦିଆ ଯାଇଛି। ସେହିପରି ବଡ ରମ୍ପାସ ସମିତିରେ ୧୪ଶହରୁ ଉର୍ଦ୍ଧ୍ବ ଚାଷୀ ଥିବାବେଳେ ସମିତିକୁ ମାତ୍ର ୩୦୦ବ୍ୟାଗ୍ ଡିଏପି ସାର ଆସିଛି। ଫଳରେ ଚାଷୀମାନ ଆବଶ୍ୟକ ମୁତାବକ ସାର ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷରେ କିଛି ବ୍ୟବସାୟୀ ଗ୍ରୋମର, ଡିଏପି, ୟୂରିଆ ଆଦି ସାରକୁ ଚଢ଼ା ଦରରେ ବିକ୍ରୀ କରୁଛନ୍ତି। ଶାଳଣିଆ ଅଞ୍ଚଳରେ ଗ୍ରୋମର ସାରରେ ବସ୍ତା ଉପରେ ଲେଖା ଥିବା ଦର ଠାରୁ ଶହେଟଙ୍କା ଅଧିକ ଦରରେ ବିକ୍ରୀ ହେଉଥିବା ବେଳେ ୟୁରିଆ ସାରରେ ମଧ୍ଯ ୮୦ରୁ ଶହେ ଟଙ୍କା ଅଧିକ ଦରରେ ବିକ୍ରୀ କରାଯାଉଛି। ଏ ସମ୍ପର୍କରେ କିଛି ଡିଲରଙ୍କୁ ପଚାରିବାରେ ୟୁରିଆ ସାର ବାହାରୁ ଆଣିବାକୁ ପଡୁଥିବାରୁ ବାଧ୍ୟ ହୋଇ ଚଢ଼ା ଦରରେ ବିକ୍ରୀ କରୁଛୁ ବୋଲି କହିଛନ୍ତି। ଏ ସଂପର୍କରେ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସାରର ଅଭାବ ନାହିଁ, ଯଦି କେଉଁଠି ଚଢ଼ା ଦରରେ ବିକ୍ରୀ ହେଉଛି ତେବେ ସୁଚନା ପାଇଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ