ଲ୍ୟାମ୍ପରେ ମିଳୁନି ସାର : ଚଢ଼ା ଦରରେ କିଣୁଛନ୍ତି ଚାଷୀ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ଆରମ୍ଭରୁ ସାର କ୍ଲବଜାରୀ ହେଉଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ଓ ପ୍ରକାଶ ପାଇବା ପରେ ମଧ୍ୟ ଚେତିଲେନି କୃଷି ବିଭାଗ। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ସାର କ୍ଲବଜାରୀ ହେଉଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଅନ୍ୟପଟେ ବେପାରୀଙ୍କ ଠାରୁ ଚଢ଼ାଦ୍ଦରରେ ଚାଷୀ କିଣିବା ପାଇଁ ବାଧ୍ୟ ହେଉଛି। ଏହି ବ୍ଲକର ଚାଷୀଙ୍କ ହିତରେ ଆସୁଥିବା ଲ୍ୟାମ୍ପରେ ସାର ମିଳୁ ନଥିବାରୁ ଚାଷୀ ବାଧ୍ୟ ହୋଇ କ୍ଲବଜାରରୁ ଅଧିକା ମୂଲ୍ୟ ଦେଇ କିଣିବାକୁ ବାଧ୍ୟ ହେଉଛି। ଲ୍ୟାମ୍ପରେ ୟୁରିଆ, ପୋଟସ, ଡିଏପି,୨୦-୨୦, ଚାଷିଙ୍କୁ ସୁଲଭ ମୂଲ୍ୟରେ ଦେବା କଥା। କିନ୍ତୁ ପ୍ରାଥମିକତା ଦୃଷ୍ଟି ରୁ ଲୋନୀ ଚାଷୀମାନଙ୍କୁ ପ୍ରଦାନ କରୁଥିବାରୁ ଅନ୍ୟ ଚାଷୀମାନଙ୍କୁ ଲ୍ୟାମ୍ପ ବିକ୍ରି କରୁନଥିବାରୁ କଳା ବଜାରୀ ବଢ଼ି ଚାଲିଛି। କୃଷି ବିଭାଗର ଜାଣତରେ ଚାଲୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ ସ୍ୱୀକୃତି ପ୍ରାପ୍ତ ଦୋକାନ ଓ ଅଣ ସ୍ୱୀକୃତି ପ୍ରାପ୍ତ ଦୋକାନରେ ୟୁରିଆ ବସ୍ତା ପିଛା ଦୁଇଶହ ଟଙ୍କା ଅଧିକା ନେଉଥିବା ବେଳେ ଦିଏପି ଓ ୨୦-୨୦ ଚାରିଶହ ଟଙ୍କା ଅଧିକା ନେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଲ୍ୟାମ୍ପ ଚାଷୀଙ୍କ ପ୍ରତି ବର୍ଷ ଆକଳନ କରି ସାର ଆଣିବା କଥା କହିବି କେଜାଣି ଚଳିତ ବର୍ଷ ଅତି କମ ସାର ଆଣିଥିବାରୁ ସରି ଯାଇଥିବାରୁ ଲୋନୀ ଚାଷୀଙ୍କୁ ମଧ୍ୟ ସାର ମିଳୁନି କି ଅନ୍ୟ ଚାଷୀଙ୍କୁ ସାର ପ୍ରଦାନ କରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ଓ ବଜାରରୁ ଅଧିକା ମୂଲ୍ୟରେ କିଣିବାକୁ ପଡୁଛି ଚାଷୀଙ୍କୁ। ବେପାରୀ ଓ ବିଭଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା ଏଠାରୁ ସ୍ପଷ୍ଟ ହୋଇଛି ବୋଲି ଚଷୀ ଅଭିଯୋଗ କରିଛି।କିଛି ବେପାରୀଙ୍କୁ ପଚାରିବାରୁ ରାୟଗଡା ସାର ଗୋଦାମରୁ ଆଣିବା ସମୟରେ ଅଧିକା ଦାମ ଦେବାକୁ ପଡୁଥିବା ବେଳେ ଟ୍ରାନସପୋର୍ଟ ମଧ୍ୟ ଖର୍ଚ୍ଚ ହେଉଥିବାରୁ ଅଧିକା ନେବାକୁ ପଡୁଛି ବୋଲି ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଚଳିତ ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ ଥିବାରୁ ଚାଷୀ ସାର ପାଇଁ ତରତର ହେଉଥିବା ବେଳେ ସାର ଲ୍ୟାମ୍ପରେ ମିଳୁନଥିବା ବେଳେ ଚାଷ କାର୍ଯ୍ୟ ପଛେଇ ଯାଇଥିବା ପ୍ରକାଶ କରିଛନ୍ତି ଚାଷୀ। ଏଣୁ ଜିଲ୍ଲା ପ୍ରସାସନ ଦୃଷ୍ଟି ଦେଇ ଚାଷୀଙ୍କୁ ସାର ଯୋଗାଇ ଦେବା ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ