ଗଜପତି ଉତ୍ସବ ପାଇଁ ମହେନ୍ଦ୍ର ଶିଖରରୁ ପାରଳାରେ ପହଞ୍ଚିଲା ଉତ୍ସବ ଜ୍ୟୋତି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଚଳିତ ମାସ 18 ତାରିଖ ଠାରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ଅନୁଷ୍ଠିତ ହେବ. ଏହି ଉତ୍ସବ ପାଇଁ ପ୍ରତେକ ବର୍ଷ ମହେନ୍ଦ୍ରଗିରି ଠାରୁ ଉତ୍ସବର ଜ୍ୟୋତିକୁ ଅଣା ଯାଇଥାଏ. ଆଜି ଓଡିଶାର ହିମାଳୟ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରୁ ପୂଜା ପାଠ କରାଯାଇ ଗଜପତି ଉତ୍ସବ ପାଇଁ ଉତ୍ସବ ଜ୍ୟୋତି ପାରଳାଖେମୁଣ୍ଡି ସହରରେ ପହଁଚିଛି. ମହେନ୍ଦ୍ରଗିରି ପାଦ ଦେଶ ଠାରୁ ଆରମ୍ଭ କରି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ପର୍ଯ୍ୟନ୍ତ ପ୍ରତେକ ଅଞ୍ଚଳରେ ଗଜପତି ଉତ୍ସବର ଜ୍ୟୋତିକୁ ଅଞ୍ଚଳବାସୀମାନେ ନାଚ, ଗୀତ, ହୁଳହୁଳି ଆଦି ସହ ପୂଜା ପାଠ କରି ସ୍ୱାଗତ ଜଣାଇ ଥିଲେ।


