ବ୍ରହ୍ମାକୁମାରୀ ତୁଳସୀ ମଞ୍ଜରୀ ଦୁର୍ଗାଙ୍କର ପଞ୍ଚମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା
ବେତନଟୀ ( ଉଦିତ କୁମାର ପରିଡା ):ବେତନଟୀ ବ୍ଲକ କୃଷ୍ଣଚନ୍ଦ୍ର ଶିକ୍ଷା ନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟ, ପାଟଳିପୁରାର ପ୍ରାକ୍ତନ ଛାତ୍ରୀ ତଥା ଶାନ୍ତି ପ୍ରଭା ପବ୍ଲିକ ସ୍କୁଲ, ମାଣତ୍ରୀର ପ୍ରାକ୍ତନ ଶିକ୍ଷୟିତ୍ରୀ ବ୍ରହ୍ମାକୁମାରୀ ତୁଳସୀ ଦୁର୍ଗାଙ୍କର ପଞ୍ଚମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପାଟଳିପୁରା ଗୀତା ପାଠଶାଳାର ସଂଚାଳିକା ବିକେ ମମତାଙ୍କର ସଂଯୋଜନାରେ ଏବଂ ବିକେ ପ୍ରେମଲତାଙ୍କର ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱ ବିଦ୍ୟାଳୟ ମୟୂରଭଞ୍ଜର ମୁଖ୍ୟ ସଂଚାଚିକା ବିକେ ସାବିତ୍ରୀ ମୁଖ୍ୟ ବକ୍ତା ଭାବରେ ବିକେ ବନୀତା ଯୋଗଦାନକରି ଥିଲେ । ଅପରାହ୍ନରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେଶନର ସଭାପତିତ୍ୱକରିଥିଲେ ବରିଷ୍ଠ ରାଜ ଯୋଗୀ ଭାସ୍କରଚନ୍ଦ୍ର ଦୁର୍ଗା । ଏଥିରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ ବାଲିପାଳ ଗୀତା ପାଠଶାଳାର ମୁଖ୍ୟ ସଂଚାଳିକା ବିକେ” ଉଷା ” ଯୋଗଦାନ କରି କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ମୁଖ୍ୟ ବକ୍ତା ଭାବରେ କୃଷ୍ଣଚନ୍ଦ୍ର ଶିକ୍ଷାନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼କ୍ଟର ରମାକାନ୍ତ ମହାନ୍ତ ଯୋଗଦାନ କରି କହିଲେ ଯେ ତୁଳସୀ ମଞ୍ଜରୀ ଦୁର୍ଗା ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ, ସେ ଏକାଧାରରେ ବ୍ରହ୍ମାକୁମାରୀ, ଶିକ୍ଷୟିତ୍ରୀ, ନୃତ୍ୟଗୁରୁ,ଏବଂ ସମାଜସେବୀ ଥିଲେ । ବିଶିଷ୍ଟ ବକ୍ତା ଭାବରେ ବିଦ୍ୟାଳୟର ଆଲୁମିନୀ ସଭାପତି ସର୍ବେଶ୍ୱର ମହାନ୍ତି, ଡ଼ା. ଧ୍ରୁବ ଚରଣ ପ୍ରଧାନ, ବିକେ ହେମଲତା, ବିକେ ସୁନାମଣି ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ତୁଳସୀ ଦେଵୀଙ୍କର ବହୁମୁଖୀ ପ୍ରତିଭାର ଗୁଣ ଗାନ କରି ସ୍ବର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ସରପଞ୍ଚ ବିକେ ସ୍ନେହଲତା, ମାହେଶ୍ୱରୀ, ମଦନ, ଜୟନ୍ତ କୁମାର ପ୍ରମୁଖ ଯୋଗଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ କ୍ଷଣପ୍ରଭା ମହାନ୍ତି।