ପିଇବା ପାଣି ପାଇଁ ଗଜପତିରେ ୨ ମହିଳା ଗୋଷ୍ଠୀଙ୍କ ମଧରେ ବଚସା ଓ ଠେଲାପେଲା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି. ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନଦୀ, ନାଳ, କୂଅ, ପୋଖରୀ ଆଦି ଶୁଖି ଯିବା ଯୋଗୁଁ ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି ଗଜପତି ଜିଲ୍ଲର ଆଶ୍ରୟଗଡ଼ ଗ୍ରାମରେ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଛି। ପାଣି ପାଇଁ 2 ମହିଳା ଗୋଷ୍ଠୀଙ୍କ ମଧରେ ବଚସା ଓ ଠେଲା ପେଲା ନିତିଦିନିଆ ସମସ୍ୟାରେ ପହଞ୍ଚିଛି. ଏହି ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ଗୁମ୍ମା ବିଡ଼ିଓକୁ ସାକ୍ଷାତ କରି ପାଣି ପାଇଁ ନିବେଦନ କରିଥିଲେ. ହେଲେ ବିଡ଼ିଓ ପାଣି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇ କହିଥିଲେ ମୋ ଡ୍ରରେ ପାଣି ନାହିଁ। ମୁଁ କେମିତି ପାଣି ଯୋଗାଇବି.ବିଡ଼ିଓଙ୍କ ଏଭଳି ଉତ୍ତରକୁ ନେଇ ଗ୍ରାମବାସୀମାନଙ୍କ ଠାରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି. ଜନ ସାଧାରଣଙ୍କ ସମସ୍ୟାର ସମାଧାନ ଓ ଲୋକଙ୍କୁ ସେବା ପାଇଁ ସରକାର ବିଡ଼ିଓମାନଙ୍କୁ ନିଯୁକ୍ତି ଦେଇଛନ୍ତି। ହେଲେ ଗୁମ୍ମା ବିଡ଼ିଓଙ୍କ ଏପରି ଉତ୍ତର ନେଇ ସରକାର ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ପାଇଁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି. ବ୍ଲକର ମୁଖିଆ ଘଟଣାରୁ ପ୍ରକାଶ, ଆଶ୍ରୟଗଡ଼ ଗ୍ରାମବାସୀ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ସରକାର ତୋହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମୂଖ୍ୟତଃ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାର ତତ୍ପରତା ଦେଖାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ତରଭା ପଞ୍ଚାୟତର ଆଶ୍ରୟଗଡ଼ ଗ୍ରାମରେ ୧୮୦ ପରିବାର ବସବାସ କରନ୍ତି।ଏହି ଗ୍ରାମରେ ତିନୋଟି ନଳକୂପ ଥିବା ବେଳେ ଗୋଟିଏ ନଳକୂପ ସମ୍ପୂର୍ଣ୍ଣ ଅଚଳ ବାକି ଦୁଇଟି ନଳକୂପରୁ କଳଙ୍କି ପାଣି ବାହାରୁଥିବା ବେଳେ ମନ୍ଥର ଗତିରେ ପାଣି ବାହାରୁଥିବା ଦେଖିବାକୁ ମିଳିଛି।ଯାହାଫଳରେ ପାଣି ସଂଗ୍ରହ ପାଇଁ ଗ୍ରାମର ମହିଳା ମାନେ ପ୍ରତି ଦିନ ଖଣ୍ଡଯୁଦ୍ଧ ଲାଗିରହିଛି।ଏନେଇ ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲାରାମ ମାରାଣ୍ଡିଙ୍କୁ ଗ୍ରାମର ପାଣି ସମସ୍ୟା ସମ୍ପର୍କରେ ଅବଗତ ନିମନ୍ତେ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଦୁଃଖ ଆଉ ପରିତାପର ବିଷୟ ଯେ ବିଡ଼ିଓ ସମସ୍ୟାର ସମାଧାନ ପରିବର୍ତେ ମୋ ଡ୍ରରେ ପାଣି ନାହିଁ ମୁଁ କେମିତି ଦେଵି ବୋଲି କହିଛନ୍ତି ବୋଲି ମୁନି ଲିମ୍ମା, ବକସେବା ପାଣି, ଉଚର୍ଗିତା ସିଂ, ମାନୁମା ଲିମ୍ମା, ବିନିତା ପାଣି, ସୁପ୍ରିୟା ଲିମ୍ମା, ତରୁଣୀ ପରିଚ୍ଛା ଓ ଭାନୁମା କର କହିଛନ୍ତି। ଆସନ୍ତା ଦିନରେ ସମସ୍ୟାର ସମାଧାନ ନହେଲେ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହେବୁ ବୋଲି ଗ୍ରାମବାସୀମାନେ ଜଣାଇଛନ୍ତି।