ରେଡକ୍ରସ ପାଣ୍ଠି ତରଫରୁ ରାମଙ୍କୁ ଆର୍ଥିକ ସହାୟତା

ଛତ୍ରପୁର, (ଓ୍ବାଇଏନଏସ):   ସାର ଆଜ୍ଞା  ଓ ବାବୁ  ମୋ ପିତା ମାତା ଙ୍କୁ ଭଲ କରିଦିଅନ୍ତୁ । ମୁଁ ତାଙ୍କ ବିନା ବଞ୍ଚିପାରିବିନି  l ମୋ ପାଖରେ ଟଙ୍କା ପଇସା ଘୋର ଅଭାବ   ମୁଁ କେମିତି ତାଙ୍କ ର ଉତ୍ତମ ଚିକିତ୍ସା କରିବି  ଏପରି ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପୁଅ ତଥା  ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତର ପୁରୁଣାପାଟଣା ଗ୍ରାମର ରାମ ନାୟକ  l  ସେ ଜଣେ ନିହାତି ଗରୀବ ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟ ଅଟନ୍ତି  l ତାଙ୍କ ର ପିତା ରାଜୁ ନାୟକ (୫୬) ଏବଂ ମାତା ତମାଳ ନାୟକ (୪୫)ଙ୍କର ଲିଭର ସମସ୍ୟା ସହ କିଡନୀ ରୋଗରେ ପୀଡ଼ିତ ଥିବା ନେଇ ଜିଲ୍ଲାପ୍ରଶାସନ ନିକଟରେ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଦରଖାସ୍ତ ଦେଇ ନିବେଦନ କରିଛନ୍ତି ।  ଏନେଇ ପ୍ରଶାସନ ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଭର୍ତ୍ତି କରି ଚିକିତ୍ସାଜାରି ରହିଛି lରେଡକ୍ରସ ପାଣ୍ଠି ର ସାହାର୍ଯ୍ୟ ମିଳିଛି l ସେପଟେ ଏହାର ଖବର ପାଇ ଆଜି ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର, ବରିଷ୍ଠ ସମାଜସେବୀ ଭାଗିରଥି ବେହେରା, ୟୁଥମାସ ସେବା ସଂଘର ଅଧ୍ୟକ୍ଷ  ବନମାଳୀ ନେପାକ, ସମ୍ପାଦକ ସୟଦ ମୁକ୍ତାର, ତ୍ରିଲୋଚନ ବେହେରା, ବି. ଗୋପାଳ ସ୍ୱାମୀ, ମାଙ୍ଗଲେଶ୍ଵର ରାଓ ଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମାନେ ଚିକିତ୍ସାଳୟ ରେ ପହଂଚି   କିଡ଼ନୀ ରୋଗରେ ଆକ୍ରାନ୍ତ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟ ଆରୋଗ୍ୟ କାମନା କରିବା ସହିତ କିଛି ଆର୍ଥିକ ସାହାର୍ଯ୍ୟ କରିଛନ୍ତି । ଏହାସହ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଉଚିତ ସ୍ୱାସ୍ଥ୍ୟ ସେବା ସହିତ ଆର୍ଥିକ ସାହାର୍ଯ୍ୟ କରିବା ନିମନ୍ତେ ଅନୁରୋଧ କରିଛନ୍ତି l  ପ୍ରକାଶ ଥାଉକି, ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତର ପୁରୁଣାପାଟଣା ଗ୍ରାମର ଏହି ଗରିବ ପରିବାରର ବୋଝ ମୁଣ୍ଡାଇ ଦୁଃଖରେ ଭାଙ୍ଗିପଡ଼ିଛି  ପୁଅ ରାମ ନାୟକ। ଅଭାବ ଅନାଟନ ମଧ୍ୟରେ ରହି ଦିନ କାଟୁଥିବା ରାମ ନାୟକ ୨୬ ବର୍ଷ ହୋଇଥିଲେ, ମଧ୍ଯ ବିଭିନ୍ନ ଯାନିଯାତ୍ରା ପର୍ବପର୍ବାଣୀମାନଙ୍କରେ ନିଜକୁ ଷ୍ଟେଚୁ କରି ଗୋଲ୍ଡେନ ବୟେ ରାମ ନାମରେ କ୍ଷୁଦ୍ର କଳାକାର ଭାବରେ ଜଣାଶୁଣା । ଲୋକମାନେ ସେହି ଷ୍ଟେଚ୍ୟୁ ଦେଖି ଖୁସିରେ କିଛି କିଛି ଅର୍ଥ ଦେଇଥାନ୍ତି I ତେବେ ଯାହା ବି ରୋଜଗାର ହୁଏ, ତାହା ସଞ୍ଚୟ କରି ନିଜ ପିତା ରାଜୁ ନାୟକ ଓ ମାଆ ତମାଳ ନାୟକଙ୍କ ଚିକିତ୍ସା କରୁଛନ୍ତି । ତାଙ୍କର ପିତାମାତା ଲିଭର୍ ଓ କିଡନୀ ରୋଗରେ ପୀଡିତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲ ଅନେକ ଥର ଚିକିତ୍ସା ହୋଇ ଆସିଛନ୍ତି । ଅନ୍ୟପଟେ  ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ଚିକିତ୍ସା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଚାଲିଛି l ରେଡକ୍ରସ ପାଣ୍ଠି ର ସାହାର୍ଯ୍ୟ ମିଳିଛି l ଏହା ସହିତ ଚିକଲ ଖଣ୍ଡି ସରପଞ୍ଚ ଭଗବାନ ବେହେରା ଏବଂ ପଂଚାୟତ ର କିଛି ବ୍ୟକ୍ତି ଭେଟି କିଛି ସହାୟତା ମଧ୍ୟ କରିଥିବା ସୂଚନା ମିଳିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ