ରାଷ୍ଟ୍ରୀୟ ଲୋକ ଅଦାଲତରୁ ୮୧,୮୬,୬୨୫ ଟଙ୍କା ଜୋରିମାନା ଆଦାୟ

କେନ୍ଦ୍ରାପଡା (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଅଦାଲତ ପରିସରରେ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଭାରପ୍ରାପ୍ତ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଜ୍ଞାପରିମିତା ରାଉଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ଏହାକୁ ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଏନ୍‌.ଆଇ.ଆକ୍ଟର ୨୩୮ଟି କେସ୍ ଗ୍ରହଣ କରାଯାଇ ୩୫ଟି କେସ୍ ସମାଧାନ କରାଯାଇଥିଲା ଓ ୨ଲକ୍ଷ ୪୬ହଜାର ୧୨ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ସେଥିମଧ୍ୟରୁ ଟଙ୍କା ଅସୁଲ୍ କେସ୍ ୧୧୩ଟି ଗ୍ରହଣ କରାଯାଇ ୧୭ଟି ଫଇସଲା କରାଯାଇ ୪୭ଲକ୍ଷ ୪ହଜାର ୩୦୨ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ମୋଟରଯାନ ଦୁର୍ଘଟଣା ଜନିତ କେସ୍ ୧୨ଟି ଗ୍ରହଣ କରାଯାଇ ୫ଟି କେସ୍‌ର ସମାଧାନ କରାଯାଇ ୨୫ଲକ୍ଷ୧୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ତତ୍‌ସହିତ ବିବାହ ସମ୍ବନ୍ଧୀୟ ୪୫ଟି କେସ୍ ଗ୍ରହଣ କରାଯାଇ ୧୦ଟି କେସ୍‌ର ସମାଧାନ କରାଯାଇଥିଲା। ଭୂଅର୍ଜନ କେସ୍ ୩୦ଟି ଗ୍ରହଣ କରାଯାଇ ୭ଟି ସମାଧାନ କରାଯାଇ ୫ଲକ୍ଷ ୭୬ ହଜାର ୭୨୪ ଟଙ୍କା ଜୋରିମାନା କରାଯାଇଥିଲା । ରାଜସ୍ୱ କେସ୍ ୨୦୯୫ଟି ଗ୍ରହଣ କରାଯାଇ ୧୭୫୬ଟି ସମାଧାନ କରାଯାଇ ୧ଲକ୍ଷ ୪୯ ହଜାର ୫୮୭ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଅନ୍ୟ ଦେୱାନୀ କେସ୍ ମଧ୍ୟରୁ ୧୭୧ଟି ଗ୍ରହଣ କରାଯାଇଥିଲା ଓ ୬୮ଟି ଫଇସଲା କରାଯାଇଥିଲା । ଅନ୍ୟ ଫୌଜଦାରୀ କେସ୍ ମଧ୍ୟରୁ ୮୯୩ଟି କେସ୍ ଗ୍ରହଣ କରାଯାଇ ୨୪୪ଟି ଫଇସଲା କରାଯାଇଥିଲା । ସର୍ବମୋଟ ୩୬୨୨ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ୨୧୪୩ଟି ମାମଲାର ସମାଧାନ କରାଯାଇ ୮୧ ଲକ୍ଷ ୮୬ ହଜାର ୬୨୫ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ତତ୍‌ସହିତ ବ୍ୟାଙ୍କ କେସ୍ ମଧ୍ୟରୁ ୨୩୮୯ କେସ୍ ଗ୍ରହଣଯୋଗ୍ୟ ହୋଇ ୨୮୪ଟି ଫଇସଲା କରାଯାଇ ୧କୋଟି ୩୬ଲକ୍ଷ ୧୮ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ବିଦ୍ୟୁତ୍ କେସ୍‌(ଟିପିସିଓଡିଏଲ୍‌) ୭୭ଟି କେସ୍ ଗ୍ରହଣ କରାଯାଇ ୬ଟି କେସ୍‌ର ସମାଧାନ କରାଯାଇ ୧ଲକ୍ଷ ୪୨ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ