ଓସିଏ କନଫରେନ୍ସ ହଲ୍ରେ ଲାଗିଲା ନିଆଁ: ଆସବାବପତ୍ର ପୋଡି ନଷ୍ଟ
କଟକ, (ଓ୍ବାଇଏନଏସ): ଓଡ଼ିଶା କ୍ରିକେଟ ଆସୋସିଏସନ ପରିସରରେ ଅଗ୍ନିକାଣ୍ଡ । ଓସିଏ କନଫରେନ୍ସ ହଲରେ ଶନିବାର ନିଆଁ ଲାଗିବାରୁ ଅନେକ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ତେବେ ଦମକଳ ବାହିନୀର ତ୍ୱରିତ ପଦକ୍ଷେପ କାରଣରୁ ନିଆଁକୁ ଆୟତ୍ତ କରାଯାଇଛି । ଶନିବାର ଅପରାହ୍ନ ପ୍ରାୟ ୨ଟା ୧୫ ସମୟରେ ନିଆଁ ଲାଗିଥିଲା । କନଫରେନ୍ସ ହଲ୍ ପରିସରରୁ ଧୂଆଁ ବାହାରୁଥିବା ଦେଖି ଓସିଏ କର୍ମକର୍ତ୍ତା ମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ବକ୍ସି ବଜାର ଦମକଳ କେନ୍ଦ୍ରର ଗୋଟିଏ ଟିମ୍ ସେଠାର ପହଞ୍ଚି ତୁରନ୍ତ ପଦକ୍ଷେପ ନେଇଥିଲା । ଖୁବ୍ କମ୍ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇପାରିଛି । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କହିଛି ଅଗ୍ନିଶମ ବିଭାଗ । ନିଆଁ ଲାଗିବା କାରଣରୁ କନଫରେନ୍ସ ହଲରେ ଅନେକ କ୍ଷୟକ୍ଷତି ହୋଇଛି ।