ଜଗନ୍ନାଥପୁର ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୩ବଖରା ଚାଳଘର
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ଜଗନ୍ନାଥପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ବଖରା ଚାଳଘର ଜଳିଯାଇଥିବା ଜଣାଯାଇଛି। ଆଜି ରାତି ୮ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ହାଟଡ଼ିହି ଓ ଆନନ୍ଦପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ଗ୍ରାମର ଜୟନ୍ତ ସୁଆର, ଗୋପବନ୍ଧୁ ସୁଆର, ସୁକାନ୍ତ ସୁଆରଙ୍କ ତିନି ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ବେଳେ ରାଜେଶ ନାୟକ ଙ୍କ ଅଫିସ କାର୍ଯ୍ୟଳୟ ର ସମସ୍ତ ସାମଗ୍ରୀ ପୋଡି ଧ୍ଵଂସ ହୋଇଯାଇଛି।