ଖାତରେ ପଡ଼ିଥିବା ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗାଁ ରେ ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ପାଇଁ ଗାତ ଖୋଲିଦେଲେ ସରପଞ୍ଚ। କିନ୍ତୁ ପରବର୍ତ୍ତୀ ସମୟରେ ଏହାର ଠିକ୍ ସେ ଡ୍ରେନ ନିର୍ମାଣ ନକରିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି। ପୁର୍ବରୁ ଅନେକ ଥର ଦୁର୍ଘଟଣା ଘଟିଥିବା ବେଳେ ଗତକାଲି ଏକ ଷଣ୍ଢ ଏହି ଖୋଳା ଯାଇଥିବା ଖାତ ଭିତରେ ପଡ଼ି ଯାଇଥିଲା। କିନ୍ତୁ ବାହାରକୁ ବାହାରି ପାରି ନ ଥିଲା। ଆଜି ବୈତରଣୀ ରୋଡ ରୁ ଅଗ୍ନିଶମ ବାହିନୀ ପହଞ୍ଚି ଷଣ୍ଢକୁ ଉଦ୍ଧାର କରିଥିଲେ। ସରପଞ୍ଚ ଡ୍ରେନ ନିର୍ମାଣ ଡିଗରେ ପଦକ୍ଷେପ ନେଉ ନ ଥିବାରୁ ଏପରି ଘଟୁଛି ବୋଲି ସୁଧାଂଶୁ ଶେଖର ବେହେରା,ରବୀନ୍ଦ୍ର ସାହୁ, ଭୀମସେନ ବେହେରା, ଅରୁଣ ବହେରା, ଉଦ୍ଧବ ନାଇକ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏଥିପାଇଁ କୌଣସି ଅନୁଦାନ ଆସିଲା ନାହିଁ। ବିଡ଼ିଓ ଙ୍କ ସହ କଥା ହୋଇ ତୁରନ୍ତ ଡ୍ରେନ ନିର୍ମାଣ କରିବେ ବୋଲି କହିଛନ୍ତି।


