ଓଡିଶା ଅବସରପ୍ରାପ୍ତ ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖାର ପ୍ରଥମ ସାଂଗଠନିକ ବୈଠକ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):ଓଡିଶା ଅବସରପ୍ରାପ୍ତ ରାଜସ୍ୱ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ପ୍ରଥମ ସାଂଗଠନିକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅମଲାସଙ୍ଘ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି। ନିତ୍ୟାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂଗଠିକ ବୈଠକରେ ଅବସର ପରେ ମୃତ୍ୟୁବରଣ କରିଥିବା କିଶୋର ଚନ୍ଦ୍ର କରଙ୍କ ସମେତ ଅନ୍ୟ ୩୦ଜଣ କର୍ମଚାରୀଙ୍କ ବିୟୋଗରେ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ବର୍ତ୍ତମାନ ରାଜ୍ୟରେ ଚାଲୁ ରହିଥିବା ରାଜସ୍ୱ ଅମଲା ସଙ୍ଘର ଅନିର୍ଦ୍ଦିଷ୍ଟକାଳ ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରାଯାଇଥିଲା। ଏହି ଜିଲ୍ଲାର ବାସିନ୍ଦା ଥାଇ ଅନ୍ୟ ଜିଲ୍ଲାର ରାଜସ୍ୱ ବିଭାଗରେ କାମକରି ଅବସର ନେଇଥିବା କର୍ମଚାରୀମାନଙ୍କୁ ଏହି ସଙ୍ଘରେ ସାମିଲ କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା। କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସହିତ ସମସ୍ତ ସଭ୍ୟ ଅନୁବନ୍ଧିତ ହେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସଂଗନର କର୍ମକର୍ତ୍ତା ଚୟନ କରାଯାଇ ସଭାପତି ନିତ୍ୟାନନ୍ଦ ମିଶ୍ର, କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ତ୍ରିପାଠୀ, ସମ୍ପାଦକ ଗୈାରାଙ୍ଗ ଚରଣ ବେହେରା, ଉପସଭାପତି ଅକ୍ଷୟ କୁମାର ନାୟକ, ସଂଗଠନ ସମ୍ପାଦକ ବଳରାମ ବରାଳ, ଅର୍ଥ ସମ୍ପାଦକ ନରୋତ୍ତମ ପରିଡା, ଯୁଗ୍ମସମ୍ପାଦକ ବସନ୍ତ କୁମାର ଓଝା, ଆଞ୍ଚଳିକ ସମ୍ପାଦକ ପଟ୍ଟାମୁଣ୍ଡାଇ ଅଜୟ କୁମାର ଦାସ, ମାର୍ଶାଘାଇ ପ୍ରଶାନ୍ତ କୁମାର ସ୍ୱାଇଁ, କେନ୍ଦ୍ରୀୟ ଜୋନର ନିର୍ମଳ କୁମାର ଦାସ, ମହିଳା ମୋର୍ଚ୍ଚା ସମ୍ପାଦିକା ଅନୁପମା ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ଭାବେ ଉମାକାନ୍ତ ବିଶ୍ୱାଳ, ପ୍ରକାଶ ଚନ୍ଦ୍ର ମହାନ୍ତି, ସୁଦର୍ଶନ ବେହେରା, ନମିତା ବିଶ୍ୱାଳ, ଭାଗବତ ନାୟକ ଓ ଅକ୍ଷୟ ପ୍ରଧାନ ଏବଂ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବେ ପ୍ରହଲ୍ଲାଦ ଲେଙ୍କା, ହରେକୃଷ୍ଣ ବରାଳ ଓ ଶରତ ଚନ୍ଦ୍ର ଧଳଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ପରବର୍ତ୍ତୀ ବୈଠକ ଆସନ୍ତା ସେପ୍ଟେମ୍ବରମାସ ୧୦ତାରିଖରେ କାର୍ଯ୍ୟାଳୟ ଗୃହରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ଶେଷରେ ପ୍ରହଲ୍ଲାଦ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

 
             
						 
						 
						 
						 
						 
						
