ମାଛ ଗୋଦାମ ମାଲିକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-ଗଛରେ ଝୁଲନ୍ତା ଅବସ୍ଥାରେ ଅସ୍ତରଙ୍ଗ ଅଞ୍ଚଳ ର ପ୍ରତିଷ୍ଠିତ ମାଛ ଗୋଦାମ ମାଲିକ ଭୂପେଶ କୁମାର ଜେନା ଓରଫ ବାପି ଙ୍କ ମୃତ ଦେହ ଝୁଲୁଥିବା ରବିବାର ସକାଳୁ ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିଲେ। ଖବର ମୁତାବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜିଉଁନ୍ତି ରୁ ଖଣ୍ଡାସାହି କ୍ଲାସ ରୋଡ଼ ସ୍ଥିତ ଅରବିନ୍ଦ ଶିକ୍ଷାକେନ୍ଦ୍ର ର କିଛି ଦୂରରେ ଏକ ବିରାଟ କାୟଗଛରେ ପ୍ରତିଷ୍ଠିତ ମାଛ ଗୋଦାମ ମାଲିକ ତଥା ଅସ୍ତରଙ୍ଗ ପଂଚାୟତ ଅଣଚମ୍ପା  ଗ୍ରାମର ଭୂପେଶ କୁମାର ଜେନା ଓରଫ ବାପି (୪୮)ଏକ ଦୌଡ଼ି ରେ ଝୁଲନ୍ତା ଅବସ୍ଥାରେ ରହିଥିବା ବେଳେ ନିକଟରେ ତାଙ୍କ ଦୁଇ ଚକିଆ ଗାଡି ରହିଥିଲା। ଭୂପେଶ ଝୁଲିଥିବା ବେଳେ ଏକ ଜିନ୍ସ ପ୍ୟାଣ୍ଟ, ଚେକ ସାର୍ଟ ସହ ହାତ ରେ ଗାଡି ଚାବି ଓ ସାର୍ଟ ପକେଟ ସ୍ମାଟ ଫୋନ ରହିଥିଲା।କିନ୍ତୁ ଭୂପେଶ ଙ୍କ ମୃତ୍ୟ ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ରହିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଂଚିବା ପୂର୍ବରୁ ଅସ୍ତରଙ୍ଗ ମାଛ ମାର୍କେଟ କିଛି ମାଛ ବ୍ୟବସାୟୀ ପୁଲିସ ବିନା ଅନୁମତି ରେ ଝୁଲନ୍ତା ଅବସ୍ଥାରେ ଥିବା ମୃତ ଭୂପେଶ ଓରଫ ବାପି ଙ୍କୁ ଗଛରୁ ଦୌଡ଼ି ଖୋଲି ଏକ ଅଟୋ ସହାୟତା ରେ ଅସ୍ତରଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ। ଯାହାକି ଚିକିତ୍ସାଧୀନ ଡକ୍ଟର ଭୂପେଶ ଜେନା ଙ୍କୁ ମୃତ ଘୋଷଣା କରିଥିଲେ। ଏଠାରେ ଅନେକ ପ୍ରଶ୍ନ ସାଧାରଣ ସୃଷ୍ଟି ହେଉଛି କାହିଁକି ଓ କିପରି ମୃତ୍ୟୁ ହେଲା ଭୂପେଶଙ୍କର ? ଝୁଲନ୍ତା ମୃତ ଦେହ କୁ ପୁଲିସ ଅନୁପସ୍ଥିତ ରେ କାହିଁକି ଅନ୍ୟ ମାଛ ବ୍ୟବସାୟୀ ଖୋଲିଲେ ?ଯଦି ପାରିବାରିକ କିଛି ସମସ୍ୟା ଥିଲା କାହିଁକି ଏକ ଖଣ୍ଡାସାହି କ୍ଲାସ ରୋଡ଼ ରେ ଗଛରେ ଓହଳିଲେ ? କାହିଁକି ପୁଲିସ ଖୋଲିଥିବା ବ୍ୟକ୍ତି ବିଶେଷ ଙ୍କୁ ତଦନ୍ତ ପରିସରକୁ ନେଉ ନାହିଁ ? ଏମିତି ଅନେକ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ମୃତ ଭୂପେଶ ଜେନା ପୁଅ ବିସ୍ମୟ ବବୁଲ ଜେନା କାକଟପୁର ଥାନାରେ ଲିଖିତ ଅଭିଯୋଗ ରେ ଦର୍ଶାଇଛନ୍ତି ଭୂପେଶ ଙ୍କ ପତ୍ନୀ କୀଡୀନି ଜନିତ ରୋଗରେ ଆକ୍ରାନ୍ତ ଥିବା ବେଳେ, ମା ଦୃଷ୍ଟିହୀନ, ଭାଇ ମାନସିକ ବିକୃତ ଯାହାକୁ ନେଇ ପାରିବାରିକ ସମସ୍ୟା ପାଈଁ ମାନସିକ ଭାରାକ୍ରାନ୍ତ ହରାଇ ଏପରି ନିଷ୍ପତି ନେଇଛନ୍ତି ବୋଲି ଦର୍ଶାଇଛନ୍ତି। କିନ୍ତୁ ହତ୍ୟା ହେଉ କି ଆତ୍ମହତ୍ୟା ପୁଲିସ ବିନା ଅନୁମତି ସହ ଅନୁପସ୍ଥିତ ରେ କାହିଁକି ଓ କାହା ନିର୍ଦ୍ଧେଶ ରେ ଝୁଲନ୍ତା ମୃତ ଦେହ କୁ ଖୋଲା ଗଲା। ନାଁ ଏହା କପର କଳ୍ପିତ ହତ୍ୟା ନାଁ ଆତ୍ମହତ୍ୟା। ଅଭିଯୋଗ ପାଇବା ପରେ କାକଟପୁର ଥାନା ରେ ଅପମୃତ୍ୟୁ ମାମଲା ୪/୨୬ରେ ମାମଲା ରୁଜୁ ହୋଇ ମୃତ ଦେହକୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଯାଇଛି। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରୀ ରଖିଛି। ସାଧାରଣ ପ୍ରଶ୍ନ ସୃଷ୍ଟି ହୋଇଛି ଭୂପେଶ ଙ୍କ ମୃତ୍ୟୁ ତଦନ୍ତ କେବଳ ତଦନ୍ତ ରେ ରହିଯିବ କି ?
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ