ବେନିୟମ ଭାବେ ଆନ୍ଧ୍ରପ୍ରଦେଶର ଦୁଇ ଡଙ୍ଗା ମାଛ ଧରିବା ସମୟରେ ଜବତ କରିଲା ମତ୍ସ୍ୟବିଭାଗ

ଛତ୍ରପୁର, (ଓ୍ବାଇଏନଏସ): ଆର୍ଯ୍ୟପଲ୍ଲୀ ସମୁଦ୍ରକୁ ବେଆଇନ ଭାବେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଅଧିକାଂଶ ସମୟରେ ବଡ ବଡ ଡଙ୍ଗା ଓ ଟ୍ରଲର ଆସି ଏଠାରେ ବଡ ବଡ ଜାଲରେ ମାଛ ମାରୁଥିବା ନେଇ ସ୍ଥାନୀୟ ମତ୍ସ୍ୟଜୀବିମାନେ ବହୁବାର ଅଭିଯୋଗ କରିଆସୁଥିଲେ । ଏନେଇ ଆଜି କିଛି ବଡ ବଡ ଡଙ୍କା କାକିନଡା ଓ ବିଶାଖାପଟନମରୁ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ମାଛ ମାରୁଥିବା ଛତ୍ରପୁର ସାମୁଦ୍ରିକ ମତ୍ସ୍ୟବିଭାଗ ଜାଣିପାରି ଦୁଇଟି ଡଙ୍ଗାକୁ ଜବତ କରି ଜେଟି ନିକଟକୁ ଆଣିଥିଲା । ସୀମା ପାର କରି ବେନିୟମ ଭାବେ ମାଛ ମାରୁଥିବାରୁ ସେମାନଙ୍କ ମତ୍ସ୍ୟଜିବିମାନଙ୍କୁ ବିଭାଗ ପକ୍ଷରୁ ତାଗିଦ କରାଯାଇଥିଲା । ପରେ ଦୁଇ ଡଙ୍ଗାକୁ ଛଡାଯାଇଥିଲା,ଯେପରି ଏହାର ପୁନାରୁବୃର୍ତି ନହେବ ସେଥିପ୍ରତି ଧ୍ୟାନ ଦେବାକୁ ସେମାନଙ୍କୁ କଡାନିର୍ଦ୍ଦେଶ ଦିଆଯାଇଥିଲା । ଯଦି ପୁଣି ବେନିୟମ ଭାବେ ଏଠାକୁ ଆସି ମାଛ ଧରିବ ସେମାନଙ୍କ ଡଙ୍ଗାକୁ ଜବତ କରାଯିବ ବୋଲି ଛତ୍ରପୁର ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ କୁହାଯାଇଛି । ଏପରିକି ମେ ୩୧ ପ୍ରର୍ଯ୍ୟନ୍‌ତ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗି ପ୍ରର୍ଯ୍ୟନ୍ତ ନୋ ଫିସିଙ୍ଗ ଜୋନ ରହିଛି । ବେନିୟମ ଭାବେ ଆନ୍ଧ୍ରରୁ ବଡ ବଡ ଡଙ୍ଗା ଓ ଟ୍ରଲର ଆସି ବଡ ବଡ ଜାଲରେ ବେନିୟମ ଭାବେ ମାଛ ଧରି ନେଇଯାଉଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବିଙ୍କ ଛୋଟ ଡଙ୍ଗା ଓ ଜାଲ  ଥିବାରୁ ସେମାନଙ୍କ ଜାଲରେ ମାଛ ସଂଖ୍ୟା କମିଯାଉଥିଲା ଏନେଇ ସେମାନେ ବହୁବାର ଅଭିଯୋଗ କରିଆସୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ