ପ୍ରତିଶ୍ରୁତି ପରେ ଗଣଧାରଣାରୁ ହଟିଲେ ମତ୍ସ୍ୟଜୀବୀ
ଛତ୍ରପୁର,(ଓ୍ବାଇଏନଏସ): ଗୋପାଳପୁର ବନ୍ଦର କର୍ତ୍ତୃ ପକ୍ଷ ଙ୍କ ମନମୁଖି କାର୍ଯ୍ୟ ଓ ଜିଲ୍ଲା ପ୍ରଶାସନ ର ନୀରବତା କୁ ବିରୋଧ କରି ୫ ଦଫା ଦାବୀ ନେଇ ଆର୍ଯ୍ୟପଲ୍ଲୀ ପଂଚାୟତବାସୀ ଗୋପାଳପୁର ବନ୍ଦରର ମୁଖ୍ୟ ଫାଟକ ସମ୍ମୁଖରେ ଗଣ ଧାରଣା ଦେଇଥିଲେ, ଏଥିରେ ସାମିଲ ହୋଇଥିଲେ ସାମୁଦ୍ରିକ ୨୭ ଖଣ୍ଡ ଗାଁ ବହୁ ଭଦ୍ର ବ୍ୟକ୍ତି ଏବଂ ଗ୍ରାମ୍ୟ କମିଟି, ହଜାର ହଜାର ମତ୍ସ୍ୟଜିବି ମାନେ ଏକତ୍ରିତ ହୋଇ ନିଜ ହକ ନିମନ୍ତେ ବନ୍ଦର କତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ବିରୋଧ ରେ ରଣ ହୁଙ୍କାର ଦେଇଥିଲେ, ସେମାନଙ୍କ ଦାବୀ ଗୁଡିକ ପୂରଣ ହେଲେ ହିଁ ଆନ୍ଦୋଳନ ରୁ ଉଠିବୁ ବୋଲି ବିଭିନ୍ନ ନାରାବାଜି ଦେଇଥିଲେ, ଆନ୍ଦୋଳନ ର କିଛି ଘଂଟା ପରେ ପୋର୍ଟ କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ର ଅଧିକାରୀ ମାନେ ବୁଝା ସୁଝା କରିଥିଲେ ମଧ୍ୟ ସେମାନେ ଜିଦ ରେ ଅଟଳ ରହିଥିଲେ, ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଆନ୍ଦୋଳନ କାରି, ଗୋପାଳପୁରବନ୍ଦର କର୍ତ୍ତୃପକ୍ଷ,ପୋଲିସ ପ୍ରଶାସନ ର ତ୍ରୀପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଉପସ୍ଥିତ ରହି ସମୁଦ୍ର କୂଳ ଲଙ୍ଘିବା ଠାରୁ ଆରମ୍ଭ କରି ଜେଟି ଖନନ ପର୍ଯ୍ୟନ୍ତ ବିଭିନ୍ନ ଦାବୀ ସମ୍ପର୍କ ଆଲୋଚନା କରିଥିଲେ, ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଶେଷରେ ବନ୍ଦର କର୍ତ୍ତୃପକ୍ଷ ଆନ୍ଦୋଳନ କାରିଙ୍କ ଦାବୀ ଗୁଡିକ ପୂରଣ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ, ଏହା ପରେ ଆନ୍ଦୋଳନ ସ୍ଥଳ କୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଛତ୍ରପୁର ତହସିଲଦାର ସମ୍ବିତ ସଂଗ୍ରାମ ଜିତ ସାହୁ, ଛତ୍ରପୁର ଏସ ଡି ପିଓ ଚନ୍ଦନ କୁମାର ଘଡ଼ାଇ, ବନ୍ଦର ସିଇଓ ଓ ଅନ୍ୟାନ୍ୟ କର୍ତ୍ତୃପକ୍ଷ ପହଁଚି ସେମାନଙ୍କ ଦାବୀ ଗୁଡିକ ପୂରଣ କରାଯିବ ବୋଲି ପ୍ରତିଶୃତି ଦେବା ସହ ମାଇକ ଯୋଗେ କହିଥିଲେ, ପଥର ବନ୍ଧ କାର୍ଯ୍ୟ ଦ୍ରୁତ ଗତି ଚାଲିବ, ଜେଟି ଖନନ ଅଗଷ୍ଟ ୩୦ ପରେ ଆରମ୍ଭ ହେବ, ପାନୀୟ ଜଳ ଓ ଆଲୋକିକରଣ ଠାରୁ ଆରମ୍ଭ କରି ମୌଳିକ ସୁବିଧା ଗୁଡିକ ପୋର୍ଟ କର୍ତ୍ତୃପକ୍ଷ ଖୁବ ଶୀଘ୍ର ବ୍ୟବସ୍ଥା କରିବ ବୋଲି କୁହାଯାଇଥିଲା, ସରପଞ୍ଚ ତ୍ରିଲୋଚନ ବେହେରାଙ୍କ ସହ ଦୁଇଟି ଗ୍ରାମ ରଭଦ୍ର ବ୍ୟକ୍ତିଏବଂ ଗ୍ରାମ୍ୟ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ, ବିଧାୟକ, ପୋଲିସ, ଗଣ ମାଧ୍ୟମ ପ୍ରତିନିଧି, ବନ୍ଦର କର୍ତ୍ତୃ ପକ୍ଷ ଓ ୨୭ ଖଣ୍ଡ ଗାଁ ର ଭଦ୍ର ବ୍ୟକ୍ତି ଓ ଗ୍ରାମ୍ୟ କମିଟି କୁ ଧନ୍ୟବାଦ ଜଣାଇଥିଲେ, ବିଧାୟକ ଶ୍ରୀ ନାୟକ ସମସ୍ତ ଙ୍କୁ କହିଥିଲେ ଯେ ମୁଁ ସବୁବେଳେ ଲୋକଙ୍କ ସହ ରହିଛି, ଆମ ସରକାର ଲୋକଙ୍କ ସରକାର, ଯାହା ବିଗତ ୨୦ ବର୍ଷ ରେ ହୋଇ ନଥିଲା, ତାହା ଆମ ସରକାର ଙ୍କ ଅମଳ ହେବ ବୋଲି କହିଥିଲେ, ଶେଷରେ ଗଣ ଧାରଣା ରୁ ମତ୍ସ୍ୟଜିବି ଉଠିଥିଲେ, ଏହି ଅବସର ରେ ମତ୍ସ୍ୟ ଜିବି ନେତା ଏନ. ଦିନ ବନ୍ଧୁ, କେ. ଦାଶ ରଧି, ପି. ରାମବାବୁ, ଏମ. ଦିଲ୍ଲୀପ, ଵି. ଭୀମସେନ, ଏମ. ଗୁମାଲୀ,ଜି. ଜଗନ୍ନାଥ, ଆର. ଗୋବିନ୍ଦା, ଏ. ଭେଙ୍କଟ, ଜି. ପାପା ରାଓ, ଏସ. ଶ୍ୟାମାଙ୍କ ସମେତ ଆର୍ଯ୍ୟପଲ୍ଲୀ ପଂଚାୟତ ବାସୀ ମାନେ ଉପସ୍ଥିତ ଥିଲେ, ସୁରକ୍ଷା କୁ ଦୃଷ୍ଟି ରଖି ମାଜି ଷ୍ଟେଟ ଦାୟିତ୍ୱ ରେ ଥିଲେ ତହସିଲଦାର ସମ୍ବିତ ସଂଗ୍ରାମ ଜିତ ସାହୁ ଓ ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ, ଛତ୍ରପୁର ଏସ ଡିପିଓ ଚନ୍ଦନ ଘଡ଼ାଇ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ବିଦ୍ୟା ଭାରତୀ ନାୟକ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ