ପାଞ୍ଚ ଦିନିଆ ଶିକ୍ଷକ ତାଲିମ ଉଦଘାଟିତ

ମାଥିଲି (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଗୋଷ୍ଠୀ ଶିକ୍ଷା ଆନୁକୁଲ୍ୟରେ ୫ ଦିନିଆ ଶିକ୍ଷକ,ଶିକ୍ଷୟିତ୍ରୀ ତାଲିମ ଶିବିର ଉଦଘାଟିତ ହୋଯାଇଛି। ମାଥିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ତାଲିମ୍ ଶିବିରଟି ସରକାରୀ ଅନୁସୂଚିତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟ ବଳଦିଆଗୁଡ଼ା ପରିସରରେ ଆୟୋଜିତ ହେଉଅଛି । ଏହି ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛତିଶ ଚନ୍ଦ୍ର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଅନୁଷ୍ଠାନର ପ୍ରଧାନ ଶିକ୍ଷକ ମନୋଜ ଉପସ୍ଥିତ ଥିଲେ।୯୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଯୋଗ ଦେଇଛନ୍ତି ।ବିଦ୍ୟାଳୟର ଶ୍ରେଣୀ ଗୃହରେ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଦିବ୍ୟାଙ୍ଗ ପ୍ରକାର ଭିତ୍ତିରେ ଚିଂହଟି କରଣ ର ଓ ବର୍ଗୀକରଣ କରିବା,ଶ୍ରେଣୀ ଗୃହରେ ସାଧାରଣ ଛାତ୍ରୀ ଛାତ୍ର ମାନଙ୍କ ସହ ଦିବ୍ୟାଙ୍ଗ ବିଦ୍ୟାର୍ଥୀ କିପରି ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରିବା, ପ୍ରଶସ୍ତ ଆପର ବ୍ୟବହାର ଓ କାର୍ଯ୍ୟକାରିତା , ଆବଶ୍ୟକ ଯନ୍ତ୍ର ପାତି ଏବଂ ତାହାର ଯନ୍ତ୍ର ଓ ବ୍ୟବହାର ବିଭିନ୍ନ ପ୍ରକାରର ସରକାରୀ ସୁବିଧା ସୁଯୋଗ ଏବଂ ଶିକ୍ଷା ଗ୍ରହଣ କରିପାରିବା ର ସୁଯୋଗ ସେନେଇ ତାଲିମ ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ରତ୍ନାକର ପାଳ ସଞ୍ଚାଳନ ଓ ସମ୍ବଳ କର୍ମୀ ଭାବେ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ଅନ୍ୟ ସାଧନ କର୍ମୀ ଭାବେ ବରିଷ୍ଠ ଶିକ୍ଷକ ମଧୁସୂଦନ ନାୟକ, ବିଶ୍ଵ ପାଣ୍ଡେ, ମେକା ପଞ୍ଚାୟତ ସିଆରସିସି ଉମାକାନ୍ତ ଛୋଟରାୟ, ପ୍ରମୁଖ ତାଲିମ ପ୍ରଦାନ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ